Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଶ୍ରୀ ବଟଗଣେଶ

ଶ୍ରୀ ବଟଗଣେଶ

1 min
268


ଶ୍ରୀକ୍ଷେତ୍ରରେ ଭାରି ପ୍ରତ୍ୟକ୍ଷ ଦେବତା 

ସିଦ୍ଧିଦାତା ଗଣପତି l

ଶ୍ରୀବଟ ଗଣେଶ ନାମ ତାଙ୍କ ଯେଣୁ 

କଳ୍ପବଟ ମୂଳେ ସ୍ଥିତି ll


ବଟଗଣେଶଙ୍କ ସମ୍ମୁଖରେ ବସି 

ମାଆଟିଏ ଏକ ଦିନେ l

ପୁରାଣ ପଣ୍ଡାଙ୍କ ଭାଗବତ ଚର୍ଚ୍ଚା 

ଶୁଣୁଥିଲେ ମନ ଧ୍ୟାନେ ll


ଗରିବ ମାତାଟି ପୁରାଣ ଶେଷରେ 

ନ ଦେଇ ପାରି ଦକ୍ଷିଣା l

ଅପମାନ ପାଇ ଗୃହକୁ ଫେରିଲେ 

ଅନ୍ତରେ ବହି ବେଦନା ll


ପୁଅକୁ ହକାରି କହିଲେ ପୁକାରୀ 

ଆରେ ମୋର ପୁତ୍ରମଣି l

ପ୍ରାକୃତ ପ୍ରବନ୍ଧେ ଶିରୀ ଭାଗବତ 

ପାରିବୁ କି ତୁ ବଖାଣି ? 


ସଂସ୍କୃତ ପୁରାଣ ରସ ଆସ୍ୱାଦନ୍ତୀ 

ପଣ୍ଡିତ ବିଦ୍ୱାନ ସିନା l

ପ୍ରାକୃତ ପ୍ରବନ୍ଧେ ଭାଗବତ କର 

ଭକ୍ତ ହେବେ ଆନମନା ll


ମାଆ ପଦ୍ମାବତୀ ପୁତ୍ର ଥିଲେ ସେହି 

ଓଡ଼ିଆ ଜାତି ନମସ୍ୟ l

ପ୍ରାକୃତ ପ୍ରବନ୍ଧେ ଲେଖନୀ ଧରିଲେ 

କହେ ଜଗନ୍ନାଥ ଦାସ ll


ରାଧା ଅଂଶେ ଜନ୍ମି ଭାଗବତ କଲେ 

ଧ୍ୟାୟି ଶ୍ରୀ ବଟଗଣେଶ l

ଓଡ଼ିଆ ଜାତିର କାବ୍ୟ କୋଣାର୍କ ସେ 

ସରଳ ତରଳ ଭାଷ ll


ଶ୍ରୀ ବଟଗଣେଶ ସମ୍ମୁଖରେ ପୁଣି 

ମହାପ୍ରଭୁ ଶ୍ରୀ ଚୈତନ୍ୟ l

କୋଳାଗ୍ରତ କରି ଡାକିଲେ ପୁକାରୀ 

ଅତିବଡ଼ି ତୁମେ ଧନ୍ୟ ll


ନୀଳାଚଳେ ପ୍ରଭୁ ବସି ରହିଛନ୍ତି 

କଳପ ବଟର ମୂଳେ l

କଳପନା କଲେ ଅନ୍ତରେ ତାହାଙ୍କୁ 

ବିଘ୍ନ ଟଳେ ଅବହେଳେ ll


ଶ୍ରୀବଟଗଣେଶ ନମଃ ହେ ବିଘ୍ନେଶ 

ନମଃ ଗଉରୀ ନନ୍ଦନ l

ବିଦ୍ୟା ବୁଦ୍ଧି ଦିଅ ଆହେ ମହାକାୟ 

ବିଦ୍ୟାଦାତା ଗଜାନନ ll



Rate this content
Log in

Similar oriya poem from Inspirational