STORYMIRROR

Ajit Kumar Raut

Action

3  

Ajit Kumar Raut

Action

ମାଆ ଓ ମାତୃଭାଷା

ମାଆ ଓ ମାତୃଭାଷା

1 min
205


ମାଆ ମାତୃଭାଷା ଛାଡିବୁନି ବାବୁ


ଶ୍ରେଷ୍ଠ କର୍ତ୍ତବ୍ୟଟି ତୋର,


ସେ କର୍ତ୍ତବ୍ୟ ପଥେ ବିମୁଖ ନ ହେବୁ


ସେବୁ ଥିବୁ ଦୁହିଁଙ୍କର।୧।


ମନୁଷ୍ୟ ଜୀବନ ଦୁର୍ଲଭ ଜୀବନ


ମନେ ସଦା ରଖି ଥିବୁ,


ଦୁହିଁଙ୍କ ସେବାରେ ଜୀବନ ଅର୍ପଣ


ମନେ କଥା ରଖିଥିବୁ।୨।


ଗୁରୁଜନ ପ୍ରତି ଆଦର ରଖିବୁ


ଅତିଥି ସେବା କରିବୁ,


ନିସ୍ବାର୍ଥ ମନରେ ଜନ ସେବୁ ଥିବୁ


ଦେଶ ଭକ୍ତି ରଖି ଥିବୁ।୩।


ପ୍ରଭୁ ଜଗନ୍ନାଥେ ଭକ୍ତି ରଖି ଥିବୁ


ସତ୍ୟପଥେ ଚଲୁ ଥିବୁ,


ମିଥ୍ୟା ବଚନକୁ ମୁଖେ ନ ଧରିବୁ


ପ୍ରଭୁ ଭକ୍ତି କରୁ ଥିବୁ।୪।


ରାଷ୍ଟ୍ରର ନିର୍ମାଣେ ଅମୂଲ୍ୟ ଜୀବନ


ସଦା ଆଗେ ରଖି ଥିବୁ,


ଭକ୍ତି ଶ୍ରଦ୍ଧା ପ୍ରେମ ଜନ୍ଭଦାତ୍ରୀ ମାଆ


ମାତୃଭାଷାରେ ରଖିବୁ।୫।


ମାଆ ମାତୃଭାଷା ଛାଡିବୁନି ବାବୁ


ଶ୍ରେଷ୍ଠ କର୍ତ୍ତବ୍ୟଟି ତୋର,


ସେ କର୍ତ୍ତବ୍ୟ ପଥେ ବିମୁଖ ନ ହେବୁ


ସେବୁ ଥିବୁ ଦୁହିଁଙ୍କର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action