STORYMIRROR

Santosh Kumar Meher

Inspirational

4  

Santosh Kumar Meher

Inspirational

ମାଆ ଗୋ

ମାଆ ଗୋ

1 min
159

ମାଆ ଲୋ ଦଶଭୂଜା

 ସଵୁଠି ଏବେ ତୋ'ର 

ପୂଜା ଅରଚନା;

ତୋ' ପାଇଁ ଗାଁ ଦାଣ୍ଡ,ପୁରପଲ୍ଲୀ ସଵୁଠି ଆନନ୍ଦ ମୁଖର,

ତୋ' ଦୟାରେ ଘୁଞ୍ଚିଯାଏ

 ଛାତିତଳ ଅମା ଅନ୍ଧକାର ।।

ତୋ' ଶୁଭ ଆଗମନେ

ପ୍ରକୃ ତି ରାଣୀ ନଵ ପଲ୍ଲବିତ,

ତୋ' ମଙ୍ଗଳ ଆବାହନେ

  ନଇପଠା କାଶତଣ୍ଡି ଶୁଭ୍ର ପରିହିତ ।।

ତୋ' ପଵିତ୍ର ଆବିର୍ଭାବେ

 ସର୍ଵମନ ସଵୁଠି ଵେଶ୍ ଆହ୍ଲାଦିତ,

ତୋ' ଅପୂର୍ଵ ଝଲକରେ

ଗଗନ ପବନ ଵି ଵେଶ୍ ମୁଖରିତ

ତୋ' ମନ୍ତ୍ର, ଧୂପ, ଦୀପ, ଝୁଣା ଵାସରେ

ଶବ୍ଦ ହୁଏ ନିନାଦିତ।।

ଆସିଵୁ ଯଦି ଆ ମାଆ

ଧାରେ ସତ୍ୟ ହୋଇ ଆ;

ମୁଠାଏ ମହକ ନେଇ ଆ,

ପ୍ରୀତିର ପୁଲକ ନେଇ ଆ,

ସୁରକ୍ଷା କଵଚ ହୋଇ ଆ,

 ଶାନ୍ତି, ମୈତ୍ରୀର ବାର୍ତ୍ତା ନେଇ ଆ।।

ମାଆଲୋ ମାଆ,

ଆସିଵୁ ଯଦି ଆ,

ଧରଣୀପୃଷ୍ଠେ ଧୀରେ ଧୀରେ ଓହ୍ଲାଇ ଆ,

ଅନ୍ୟାୟ, ଅନୀତି, ଅସତ୍ୟ, ଅଧର୍ମର

ସଂହାର କରି ଆ;

ସତ୍ୟ ଓ ନ୍ୟାୟର ପ୍ରତୀକ ହୋଇ ଆ ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational