ମାଆ ଗୋ ଆସ ଅବତରି
ମାଆ ଗୋ ଆସ ଅବତରି
ମାଆ ଗୋ ଭବାନୀ
ଜଗତ ଜନନୀ
ଆସ ଆସ ଅବତରି
ତୁମ ଆଗମନ ପାଇଁ ଧରା ବାସୀ
ଚାହିଁ ଛୁଚାତକ ପରି
ମାଆ ଆସ ଆସ ଅବତରି ।
ଶରତ ରେ ଧରା ହୁଏ ଉଲ୍ଲସିତ
ପ୍ରତି ଜନ ପ୍ରାଣ ହୁଏ ପୁଲକିତ
ସିଂହ ବାହନ ରେ ବିଜେ କରି ମାଆ
ସବୁ ପାପ ତାପ
ଦିଅ ସର୍ବ ଦୂର କରି ।
ଆସ ଆସ
ତୁମରି ପରଶେ ହସିବ ଏ ଧରା
ଅଜାଡ଼ି ଦେବୁ ତୋ
ଆଶିଷ ର ଧାରା
ହସିବ ଆକାଶ ହସିବ ଧରଣୀ
ଏତିକି ଆମ ଗୁହାରୀ ।
ଆସ ଆସ ଅବତରି