STORYMIRROR

Sunanda Mohanty

Drama Classics Thriller

3  

Sunanda Mohanty

Drama Classics Thriller

ମାଆ ଦୁର୍ଗାଙ୍କ ପାଇଁ ପଦେ

ମାଆ ଦୁର୍ଗାଙ୍କ ପାଇଁ ପଦେ

1 min
163


ଶ୍ରାବଣୀ ଗଲାଣି ଚାଲି

ଶରତ ଆସିଛି ବୋଲି

କାଶତଣ୍ଡି ହସେ ଖିଲି ଖିଲି

ଦୁର୍ଗା ମାଆ ଆସିବେ ବୋଲି

ଡାଳରୁ ଡାଳକୁ କୋଇଲି

ବସନ୍ତ ଆସିବା ଗଲା କି ଭୂଲି

ଦୁର୍ଗା ମାଆ ପୂଜା ଦେଖେ ବୁଲି

ହେମନ୍ତ ଋତୁ ଟା ଖାଲି

ପିଇ ମହୁଲି ନିଶାରେ ପାରୁନି ଚାଲି

ହତଭାଗା ନୁହେଁ ଚେଇଁ ଶୋଇଛି ଖାଲି

ଦେଖିବ ପାର୍ବଣେ ଦୁର୍ଗା ମାଙ୍କୁ କହେ ଖୋଲି

ବର୍ଷା ତଥାପି ଲୁଚି ଛପି ଦେଖେ

ଗତକାଲି ନା ଆସନ୍ତା କାଲି

କାହା ପାଇଁ ଜରି କଟା ହୁଏ ନେଳି ନାଲି

ଗ୍ରୀଷ୍ମର ପ୍ରବଳ ଗରମ ଯାଇଛି ଚାଲି

ତଥାପି ମଉକା ଖୋଜୁଛି ଖାଲି

କେବେ କେବେ ଆସି ଦେଖି ଯାଏ ବୁଲି

ମାଆ ଅମୃତ ହସଟେ ଦେଖିବ ବୋଲି

ଋତୁ ମାନେ ସବୁ ଝଗଡା ଝାଟିରେ

କାଶତଣ୍ଡି ଉଠେ ଫୁଲି ଫୁଲି

ମାଆ ପାଇଁ ସ୍ଵାଗତ ଗୀତିକା ଗାଇବ ବୋଲି

ପକାଇ ନହୁଲି ଚାଲି ମନ ଯାଏ ଚହଲି

ଘଣ୍ଟ ମାର୍ଦ୍ଦଳ ଶଙ୍ଖ ବାଜିଲାଣି

ନବଦିନ ବ୍ୟାପି ମାଆଙ୍କୁ ପୂଜିବା ଖାଲି

ପୁରୁଷଙ୍କୁ ଦେବେ ଶକ୍ତି ସାମର୍ଥ୍ୟ

ନାରୀଙ୍କୁ ସିନ୍ଦୁର ଶଙ୍ଖା ନାଲି

 ସମସ୍ତଙ୍କୁ ଆଶୀର୍ବାଦ ଦେଇ ଯିବେ ଚାଲି

ବା,ବତାସି ଅସୁର ରାକ୍ଷସୀ ଯିବେ ଚହଲି ।


Rate this content
Log in

Similar oriya poem from Drama