STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଅନେକ ଦେଖିଛି 

ଅନେକ ଦେଖିଛି 

1 min
0


ଗୋଠ ବାହୁଡା଼ ଦେଖି ହମା ରଡି ଶୁଣି 
କେତେ ଖୁସି ହୋଇଛି 
ପକ୍ଷୀ ନୀଡ଼ ଫେରିବା ଦେଖି 
ସୂର୍ଯ୍ୟ ବୁଡିଗଲେ ଭାବି ଦୁଃଖୀ ଵି ହୋଇଛି 
ପାଗଳା ଟା ବଣ ନିଆଁରେ ପୋଡ଼ିଯାଇ 
ଚାଲିଯିବା ଦୁଃଖ ଅନୁଭବିଛି 
ନେପାଳ ବନ୍ୟା ଦୃଶ୍ୟ 
ମହାବାତ୍ୟା ନାଗଫାଶ 
ଦଉଡି ଦେଖିଲେ ଏବେ ସାପ ଭାବିବାକୁପଡ଼ୁଛି 
କୋଉଠି ବଢନ୍ତା ଝିଅ ବିଦାରଣ ଶୁଣି 
ଲୁହ ଜକେଇ ଆସିଛି 
କାହା ଘରେ ପୁଅ ହେବା ଖୁସି କଥା 
ଗାଈର ଷଣ୍ଢ ହେବାରେ ଡ଼ରିଛି 
ସେଦିନ ବର୍ଷାରେ ବିନା ଆଶ୍ରାରେ 
ଷଣ୍ଢ ଟି ଆଶ୍ରୟ ନପାଇ 
ବୋବାଳି ତା ହୃଦୟର ତନ୍ତ୍ରୀ ଛିଣ୍ଡାଇଛି 
ଛେଳି ବେକରେ ମାଳି ପିନ୍ଧେଇ 
କଂସେଇ ଘରକୁ ବିଦା ହେବା ଦୃଶ୍ୟ 
ବୁକୁଫଟେଇ ଚିତ୍କାର କିଏ ବା ଶୁଣିଛି 
ତଥାପି ଅନ୍ଧାର ଥିଲେ ଆଲୋକ ଵି ଅଛି 
ପ୍ରଜାପତି ଗାଇ ଗୀତି ଉଡିବା ଦେଖିଛି 
ବାଛୁରୀ ତା ମାଆ ଠାରୁ କ୍ଷୀର ପିଇବା 
ଦୃଶ୍ୟ ଆମୋଦ ଦେଇଛି 
ଏବେ କିନ୍ତୁ ଜୀବନଟା ଭାରି ଭାରି ଲାଗୁଛି 
ପୁଅ ଆସୁଛି ଝିଅ ଝୁରୁଛି 
ନାତି ନାତୁଣୀ ଦେଖିଛି 
ସବୁତ ଠିକ ଠାକ ଚାଲିଛି 
ତେବେ କୋଉ ଡର ଆବୋରିଛି 
ହାତ କୁ ହାତ ମୁଠେଇ ଧରି 
ପ୍ରତିଶ୍ରୁତି ଯାହାକୁ ମାଗୁଛି 
ସେ ମଣିଷ 
ଦଇବ ଦଉଡି ଯୁଆଡେ ଟାଣିବ 
ମଣିଷର କିବା ହାତ ଅଛି 
ଐଶ୍ଵର୍ଗିକ ଶକ୍ତି ବାଟ କଢେଇନେବ 
ଭାବି ତୁନି ପଡିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action