STORYMIRROR

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ମାଆ ବିରଜା

ମାଆ ବିରଜା

1 min
769

ଦେବତା ଓ ଋଷି ଗଣ ଯା ପାଦେ କରନ୍ତି ଧ୍ୟାନ

ନରଲୋକ କରେ କୋଟି ଜୁହାର ଜାଣ,

ରାକ୍ଷସ ଗଣକୁ ମାଆ ମିହିନୀ ଶକ୍ତିରେ

ମାୟା ମହା ମୋହେ ଆୟତକୁ ନେଲେ ସେ ପୁଣ,

ଶୈଳସୁତା ଜ୍ଞାନ ରୂପେଣ

ଶ୍ରୀ ବିରଜା ପାଦ ତଳେ ପଶେ ଶରଣ l


ଗୋନାସିକାରୁ ବାହାର ବୈତରଣୀ କୂଳେ

ପୁଣ ବିନ୍ଧ୍ୟ ପର୍ବତ ଗୁହାରେ ହେଲ ପ୍ରତୀତ

ଈଶାନେଶ୍ୱର ପ୍ରଭୁଙ୍କୁ ସନ୍ତୁଷ୍ଟ ଯେ କରିବାକୁ

ଯାଜପୁରେ ବିରାଜିତ ତୁମେ ହେଲତ,

ଶଙ୍କର ଘରଣୀ ବୋଲିଣ

ଶ୍ରୀ ତାରିଣୀଙ୍କୁ କରୁଛି କୋଟି ଜୁହାର l


ଯେଣୁ ମାଆ ବ୍ରହ୍ମାଙ୍କର ମହା ଯଜ୍ଞରୁ

ବାହାର ବୈକୁଣ୍ଠ କର୍ତ୍ତା ଯାହାରେ କରେ ବନ୍ଦନା

ଭଲପାଇ ମହାମାୟୀ ଶିବେ ଧାରଣ କରଇ

କରିବାକୁ ନବ ସୃଷ୍ଟି ଏକ ସାଧନା

ମାନନୀୟl ଘେନ ପ୍ରଣାମ

ଶ୍ରୀ ସାରଳାଙ୍କୁ କରୁଛି ସlନ୍ଧ୍ୟ ସ୍ମରଣ l


ବିଶ୍ୱ ଘୁଣେ ଯେଉଁ ଗୁଣ ଅମୃତର ସମାହାର

ତନ୍ତ୍ର ମନ୍ତ୍ର ଗ୍ରନ୍ଥ ଯାହା ଶାନ୍ତି ବଚନ

ସିଦ୍ଧି ସ୍ୱରୂପା ସାଧନେ ପିତାଙ୍କ ଆତ୍ମା ମିଳନେ

ଶ୍ରଦ୍ଧା ପାଇଁ ଧରାରେ ଅମୃତ ଜୀବନ

ଶଙ୍କରୀ ଭବାନୀ ଜାଣିଣ

ସେ ମହାକାଳୀଙ୍କ ପାଇଁ ଜୀବ ଧାରଣ l


ମହା ମହା ତେଜବନ୍ତ ନିହତ କରିଛି

ମାତ ପଦ୍ମ ଆସନେ ଆସିନ ରହିଛି ସ୍ଥିତ,

ସଂସାର ସିନ୍ଧୁ ବାସିନୀ ସଂସାର ଦୁଃଖ ନାଶିନୀ

ସମନ ଯାତନା ହରି ନିଏ ସେହିତ

କୋଟି ସୁତା ମାତା ନିଶ୍ଚିତ

ଶ୍ରୀ ସାରସ୍ୱତୀଙ୍କୁ କରେ ମୁଁ ପ୍ରଣିପାତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action