STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମାଆ ଭୁଆସୁଣୀ

ମାଆ ଭୁଆସୁଣୀ

1 min
354

ମାଆ ଭୁଆସୁଣୀ ମୋ ଗାଆଁ ଦୁଲଣି

ପ୍ରଣତି ମୋ ଘେନା କର

ଲାଗିଲା ସଂସାର ରଖିବୁ ନଜର

ପଣତେ ଘୋଡାଇ ତୋର।

ତୋହରି ଆଶିଷେ ଅଛି ଦୂର ଦେଶେ

ସଭିଙ୍କୁ ନିଜର କରି

ପାଳି ରାଜ ଧର୍ମ ବରି ସେବା କର୍ମ

ଆପଣା ଜନଙ୍କୁ ହରି

ପ୍ରତି ପ୍ରଭାତରେ ତୋ ନାମକୁ ସ୍ମରେ

ଦୁଃଖକୁ ଜଣାଇ ମୋର।

ଅପାର କରୁଣା ପାଇ ତୋର ସିନା

ଜୀବନେ ଆନନ୍ଦ ମିଳେ

ହୃଦେ ଥାଇ ସ୍ଥିତ କରୁ ତୁ ଜାଗ୍ରତ

ବିପଦ ଆସିବା ବେଳେ

କରୁଣାଦାୟିନୀ ବିପଦ ଭଞ୍ଜନୀ

ଶରଣ ପାଦେ ତୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract