ମାଆ ଭୁଆସୁଣୀ
ମାଆ ଭୁଆସୁଣୀ
ମାଆ ଭୁଆସୁଣୀ ମୋ ଗାଆଁ ଦୁଲଣି
ପ୍ରଣତି ମୋ ଘେନା କର
ଲାଗିଲା ସଂସାର ରଖିବୁ ନଜର
ପଣତେ ଘୋଡାଇ ତୋର।
ତୋହରି ଆଶିଷେ ଅଛି ଦୂର ଦେଶେ
ସଭିଙ୍କୁ ନିଜର କରି
ପାଳି ରାଜ ଧର୍ମ ବରି ସେବା କର୍ମ
ଆପଣା ଜନଙ୍କୁ ହରି
ପ୍ରତି ପ୍ରଭାତରେ ତୋ ନାମକୁ ସ୍ମରେ
ଦୁଃଖକୁ ଜଣାଇ ମୋର।
ଅପାର କରୁଣା ପାଇ ତୋର ସିନା
ଜୀବନେ ଆନନ୍ଦ ମିଳେ
ହୃଦେ ଥାଇ ସ୍ଥିତ କରୁ ତୁ ଜାଗ୍ରତ
ବିପଦ ଆସିବା ବେଳେ
କରୁଣାଦାୟିନୀ ବିପଦ ଭଞ୍ଜନୀ
ଶରଣ ପାଦେ ତୋହର।
