STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ମାଆ ଅନନ୍ୟ ରୂପ

ମାଆ ଅନନ୍ୟ ରୂପ

1 min
172

ଯା ଗର୍ଭରୁ ଆମେ ଭୂମିଷ୍ଠ ହୋଇଛେ

ସେଇ ଆମ ଜନ୍ମଦାତ୍ରୀ,

ତା ତ୍ୟାଗ ସ୍ନେହକୁ ବର୍ଣ୍ଣନା କରିଲେ

ଅଣ୍ଟିବନି ଦିବାରାତ୍ରୀ।


ନଭ କାଗଜରେ ସାଗର ସ୍ୟାହିରେ

ଲେଖିଲେ ସରେନି ଗୁଣ,

ଏ ଜନମେ ନୁହେଁ ଶହେ ଜନ୍ମ ନେଲେ

ସୁଝି ହେବ ନାହିଁ ଋଣ।


ପ୍ରଥମେ ଚରଣ ଯା' ଉପରେ ଦେଲୁ

ସିଏ ଆମ ମାଟି ମାଆ,

ସବୁ ପଦାଘାତ ସହି ଯାଏ ବୋଲି

ବୋଲାଏ ସେ ସର୍ବସଂହା।


ନାନାବିଧ ଦ୍ରବ୍ୟ ଯୋଗାଇଥାଏ ସେ

କରେନାହିଁ କ୍ଷୋଭ ତିଳେ,

ସାଇତି ରଖିଛି ଅମୂଲ୍ୟ ସମ୍ପଦ

ସବୁ ସେଇ ମାଟି ତଳେ।


କେତେ ପୁଷ୍ଟିକର ସୁସ୍ୱାଦୁ ଦରବ

ତା' ଦୁଗ୍ଧରୁ ହୁଏ ଜାତ,

ହିନ୍ଦୁମାନଙ୍କର ପରମପୂଜ୍ୟ ସେ

ଗୋମାତାର ନାମେ ଖ୍ୟାତ।


ତା ଚତୁଃପାର୍ଶେ ପରିକ୍ରମା କଲେ

ଦୁରହୁଏ ଦୁଃଖ ବ୍ୟଥା,

ମନର କାମନା ପୁରାହୁଏ ବୋଲି

ଅଛି ପୌରାଣିକ ଗାଥା।


ଜଳ, ସ୍ଥଳ, ବନ, ଆକାଶ, ପର୍ବତ

ସବୁରି ତା ମଧ୍ୟେ ଥାଏ,

କୋଟି ଭାରତୀୟ ଅନ୍ତର ଆତ୍ମାରେ

ମାଆ ବୋଲି ପୂଜା ପାଏ।


ସେହି ଆମ ଜନ୍ମଭୂମି ଭାରତ ମା

ସେହି ଆମ ଜନନୀ,

ଭାରତ ମା'ର ସନ୍ତାନ ବୋଲି

ଧନ୍ୟ ମଣୁଥାଉ ଜନମି।


ଭିନ୍ନ ଭିନ୍ନ ତା'ର ନାମ ହେଉ ପଛେ

ମା' ବୋଲି ସମ୍ବୋଧିତ,

ସନ୍ତାନର ଦୁଃଖ ହରିନେବା ପାଇଁ

ସର୍ବଦା ଥାଏ ପ୍ରସ୍ତୁତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational