STORYMIRROR

Sachidananda Kar

Classics

3  

Sachidananda Kar

Classics

ମାଆ ଆସୁଛନ୍ତି

ମାଆ ଆସୁଛନ୍ତି

1 min
185

ପାଟରେ ପଠାରେ  ଶୁଭ୍ର କାଶତଣ୍ଡି

           ଝୁଲି ଝୁଲି ଝୁଲି ନାଚୁଛି

ଅଶିଣ ଆକାଶୁ    ରୁପେଲି ଜହ୍ନଟା

           ଶୀତଳ ଜୋଛନା ଯାଚୁଛି

           କିଏ ସତେ ଅବା ଆସୁଛି

ଆଗମନେ ତା'ର   ପୁରପଲ୍ଲୀ ଆଜି

           ଶେଫାଳି ଶେଫାଳି ବାସୁଛି


ବରଷା ବିଜୁଳି   ଘଡଘଡି ପରା

           ଚାଲିଗଲେ ନେଇ ମେଲାଣି

ଶୋଭାମୟୀ ଆମ  ଧରଣୀ ରାଣୀର

           ଶୋଭା ଦୁଇଗୁଣ ହେଲାଣି

           ଏଇ ସୁମଧୁର ବେଳରେ

ମାଆ ଆସୁଛନ୍ତି  କିଛି ଦିନ ପାଇଁ

           ରହିବେ ଆମରି ମେଳରେ 


ମାଆଙ୍କର ପୂଜା   ଆରାଧନା ଲାଗି

           ସବୁରି ପରାଣ ଜାଗିଛି

ପୂଜା ମଣ୍ଡପରେ  ସାଜ ତୋରଣରେ

           ନାନା ଜାତି କାମ ଲାଗିଛି

           ଖୁସି ଦିଶେ ସବୁ ମୁହଁରେ

ବରଷକ ପରେ   ଆସୁଛନ୍ତି ମାଆ

            ଛୋଟ କଥା ଇଏ ନୁହଁରେ 


ମାଆ ଆସିବାକୁ   ମରତ ବାସୀଏ

             ରହିଥିଲେ ସବୁ ଅନାଇ

କିଣାକିଣି ହୁଏ    ନୂଆ ଲୁଗାପଟା

             ପିନ୍ଧିବେ ମନକୁ ମନାଇ

             ଦଶରା' ପରବ ପାଳିବେ

ଶୁଭ ମନାସିବେ   ମାଆଙ୍କ ଆଗରେ

             ଘିଅ ଦୀପ ନେଇ ଜାଳିବେ 


କାତରେ ଡାକୁଛୁ   ଶୁଭଦା ସୁଖଦା

              ମାଆ ଦଶଭୁଜା ଆସହେ

ସୁନା କରିଦିଅ     ଆମ ଦୁନିଆକୁ

              ହିଂସା ଅହମିକା ନାଶହେ

              ମା' ଦୁର୍ଗେ ଦୁର୍ଗତିନାଶିନୀ

ଝରାଇ ଦିଅହେ    କରୁଣାର ଧାରା

              କଇଳାଶ ଗିରି ବାସିନୀ 


Rate this content
Log in

Similar oriya poem from Classics