STORYMIRROR

Mr.Siddheswar Behera

Children

3  

Mr.Siddheswar Behera

Children

ମା

ମା

1 min
196

ଏକ ଅକ୍ଷର ଶବ୍ଦଟିଏ 

ବିଶାଳ ହୃଦୟ ତାର ।

ଅନ୍ତରେ ମମତା ଭରି ରହିଛି 

ସ୍ନେହ ତାର ଅପାର।। 


ଛୁଆ ପାଇଁ କେତେ ରାତି 

ସେ ଅନିଦ୍ରା ନାହିଁ ତା ହିସାବ ।

ତ୍ୟାଗ, ନିଷ୍ଠା, ସେବା କେବଳ

ଗୋଟେ ମା ପାଖେ ସମ୍ଭବ।। 


ନିଜେ ଭୋକେ ରହି ଛୁଆକୁ ଖୁଆଏ 

ନିଜେ କାନ୍ଦି ପୁଣି ତାକୁ ସେ ହସାଏ ।

ଅନ୍ତର ଦୁଃଖ ଚାପିରଖି

ନିଜେ ହସିଥାଏ ।।


କାଖରେ କାଖେଇ କୋଳରେ ଝୁଲାଇ 

ଗାଇ ଜହ୍ନ ମାମୁ ଗୀତ ।

ଛୁଆକୁ ତାର ଦିଏ ଶୁଆଇ

କହି ନାନାଦି ଗପ ।। 


ମା ଆଶିଷ ଯା ପାଖେ ରହିଛି

ନାହିଁ ତାର ଡର ଭୟ ।

ଶତୃ ତାର କେବେ ପାଖ ନ ମାଡନ୍ତି

ସବୁ କାର୍ଯ୍ୟରେ ତାର ହୁଏ ବିଜୟ ।। 


ସଦା ନତ ରହୁ ତା ଆଗେ ମସ୍ତକ 

କରିବା ସେବା ଆମେ ଜୀବନ ଯାକ ।

ଦେବାନାହିଁ କେବେ ତା ମନେ ଦୁଃଖ 

ତେବେ ଯାଇ ଆମ ଜୀବନେ ଆସିବ ସୁଖ ।। 



Rate this content
Log in

Similar oriya poem from Children