STORYMIRROR

ବୀରେନ୍ କୁମାର ବେହେରା

Inspirational Others

3  

ବୀରେନ୍ କୁମାର ବେହେରା

Inspirational Others

ମା'

ମା'

1 min
13.9K


ଗୋଟିଏ ଅକ୍ଷର ଗୋଟିଏ ବି ଶବ୍ଦ,

ନାମଟି ତାହାର ମା' ।

ଏଇ ଦୁନିଆରେ ମା' ନାହିଁ ଯା' ର ,

କିଏ ବା ତାହାକୁ ସାହା ?

ଏହି ଶବ୍ଦଟିର ଉଚ୍ଚାରଣ ମାତ୍ରେ,

ମନେ ଭରେ ସ୍ନେହ,ଭକ୍ତି ।

ମଧୁଠୁ ଆହୁରି ସୁଆଦିଆ ଲାଗେ,

ସେ ସ୍ନେହି ମା' ର ଉକ୍ତି ।।

ଜୀବନକୁ ଯିଏ ଜନ୍ମ ଦେଇଥାଏ,

ମୃତ୍ୟୁର କୋଳରେ ଶୋଇ ।

ସ୍ନେହ ମମତାରେ ଭରା ତା ହୃଦୟ,

ମା' ଅଟେ ଏକା ସେଇ ।।

ଆମକୁ ଟିକିଏ ଲାଗିଲେ ଆଘାତ,

ମା' କୁ ହୁଅଇ କଷ୍ଟ ।

ମା' ର ମମତା କମେନାହିଁ କେବେ,

ଆମେ ହେଲେ ଯେତେ ଦୁଷ୍ଟ ।।

ଖୁଆଇବା ପରେ ହାତ ମାରି ଦେଖେ,

ପେଟ ପୁରିଛି କି ନାହିଁ ।

ତେଣୁ ଏ ଧରାଠୁଁ ବଡ ଅଟେ ସିଏ,

ତା' ସମ ନହେବେ କେହି ।।

ସ୍ନେହ ପ୍ରେମ ଭରା ତାଗିଦ୍ ତାହାର,

ଆମକୁ ନ ଲାଗେ ଭୟ ।

ଶୁଭ ଆଶୀର୍ବାଦ ରହିଥିଲେ ତା' ର,

ଆମେ ଲଭିଥାଉ ଜୟ ।।

ରହିଥିଲୁ ଆମେ ତମସା ଭିତରେ,

ଦଶ ମାସ ଦଶଦିନ ।

ତାହାର ଦୟାରେ ଦେଖିଲୁ ଦୁନିଆ,

ଭୁଲିଯିବ କି ଏ ମନ ?

ଆମ ଜୀବନର ପ୍ରଥମ ଗୁରୁ ସେ,

ନିନ୍ଦା ନକରିବା ତାକୁ ।

ମା' କୁ ନିନ୍ଦିଲେ ହାରିଯିବା ଆମେ,

ହରାଇବା ଅସ୍ତିତ୍ଵକୁ ।।

ମା' ର ଆଖିରେ ଦେବାନାହିଁ ଲୁହ,

ନହେବା କାରଣ ତା' ର ।

ପୋଛିଦେଉଥିବା ତା' ନୟନରୁ,

ବହିଯାଉଥିବା ନୀର ।

ଶତ ଜନମରେ ପାରିବାନି ସୁଝି,

ଦରଦୀ ମା' ର ଋଣ ।

ସବୁ ଜନ୍ମ ଯାକ ହୋଇବ ନିଅଣ୍ଟ,

ଗାଇବାକୁ ତା' ର ଗୁଣ ।।

ସେହି ମା' ଟିର କରୁଥିବା ସେବା,

ରହିଥିବା ଯାଏ ଜୀବ ।

ତାହାର ଆଶିଷେ ଆମ ଏ ଜୀବନ,

ନିଶ୍ଚୟ ଧନ୍ୟ ହୋଇବ ।।

ବୀରେନ୍ କୁମାର ବେହେରା

ପୋଷାଇ, ମହାକାଳପଡା, କେନ୍ଦ୍ରାପଡା


Rate this content
Log in

Similar oriya poem from Inspirational