STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମା

ମା

1 min
165


ମାଆ ଏକ ଶବ୍ଦ ଶତ ପ୍ରତିଶତ

ଅସାଧାରଣ ଭାବପୂର୍ଣ୍ଣ ବ୍ୟକ୍ତିତ୍ଵ

ଓଢଣା ତଳେ ପ୍ରସ୍ତୁତି ପ୍ରସ୍ତୁତ

 ଲୁହ ପିଉଥାଏ ପାଇବାକୁ ମାତୃତ୍ଵ

ଗୃହକର୍ମ ପାଇଁ ହୁଏନା ଆଦୃତ

ସବୁକାମ କରିବା ମା'ର ହିଁ ଦାୟିତ୍ୱ

ଝିଅ ହୋଇ ଝିଅ ଜନ୍ମ ଦେବାରେ ଅତୃପ୍ତ

ଜୀବନେ ସମାପ୍ତ ଭିତରେ ଅସମାପ୍ତ

ସମ୍ମାନ ମିଳୁ କି ନମିଳୁ ପର୍ଯ୍ୟାପ୍ତ

କିଏ ବୁଝେ ଅନ୍ତର ବେଦନା ସେ ନିର୍ଲିପ୍ତ

ବେଳ ପଡ଼ିଲେ ଖୋଜା ହୁଏ ତା ଜାତିଗୋତ୍ର

ପଚାରେ କୋଉ ସନ୍ତାନ ମାଆ ତୁ ତୃପ୍ତ

ନା ଅତୃପ୍ତ ଭିତରେ ଖୋଜୁ ହସିବା ସୂତ୍ର

ମଶାଣୀକୁ ଯିବା ଯାଏଁ ହସ୍ତ ଚାଲେ ସ୍ୱତନ୍ତ୍ର

ପରିଣତ ବୟସରେ ମାଆକୁ କରି ଆଦୃତ

ବଞ୍ଚିବାର ରାହା ସାହା ପାଉ ମାଆ ଅନ୍ତତଃ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational