STORYMIRROR

Sudipta Behera

Abstract

2  

Sudipta Behera

Abstract

ମା

ମା

1 min
2.9K

ଦୁର୍ଗତି ନାଶିନୀ

ପାପ ବିନାଶିନୀ

କରୁଣା ମୟୀ ତୁ ମା

ତୋ ସନ୍ତାନ ଆଜି

ବିପଦରେ ପଡିଛି

ଦେଇ ଦେ ଟିକିଏ ସାହା l

ତ୍ରାହି ତ୍ରାହି ଡାକେ

ତୋହରି ସନ୍ତାନ

ବିପଦୁ ଉଦ୍ଧାର ପାଇଁ

ତୋ ପଣତେ ଟିକେ

ଘୋଡାଇ ଦେ ମା

ବିପଦ ଯିବ ଟାଳି l

ଦୁଃଖ ନାଶିନୀ

ସିଂହୀ ବାହିନୀ

ଜଗତର ଧାତ୍ରୀ ତୁହି

ତୁ ଏକା ସାହା

ତୁ ଆଶା ଭରସା

ଜଗତର ମା ତୁହି I


Rate this content
Log in

Similar oriya poem from Abstract