STORYMIRROR

Sudipta Behera

Inspirational

4  

Sudipta Behera

Inspirational

ମା

ମା

1 min
468

ମା

ତୋ ଉଷୁମ କୋଳର ପରଶ

ଆଜି ମୁଁ ଖୋଜେ

ତୋ ଉଷ୍ମତା ରେ ମୋର

ସବୁ ଦୁଖ ହୁଏ ନିର୍ବାପିତ


ତୋ ଓଠ ର ମଧୁର ସଙ୍ଗୀତ

ମୋ ଅସହାୟ ତା କୁ କରେ ଦୂରିଭୁତ

ମୋ କାନ୍ଧରେ ସତ ସିଂହର

ପରାକ୍ରମ ହୁଏ ଅନୁଭୂତ


ମା

ତୋର ଆଦର୍ଶ ଉପଦେଶ

ଜୀବନ ର ପ୍ରତି ଅଙ୍ଗେ ଅଙ୍ଗେ

କରେ ବିନିଯୋଗ

ଯାହା ମୋର ଏକାନ୍ତ ସାହାସ

ଆଣିଦିଏ ସଫଳତା

ଦୂର କରି ବିଫଳତା

ପ୍ରତି ମୁହୂର୍ତ୍ତରେ ପାଏ ତୋର ସ୍ପର୍ଶ


ମା ତୋର

କୋମଳ ହାତର ପରଶ

ଆଜି ବି ମୋ ପିଠି ଖୋଜେ

ଖୋଜେ ତୋର ଦରଦ କଥା

ତୁ ଅନନ୍ୟା... ମହନୀୟା

ମୋ ପ୍ରେରଣା ସବୁଦିନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational