STORYMIRROR

Namita Pal

Abstract

4  

Namita Pal

Abstract

ମା

ମା

1 min
310

ଉ...... ମା,

ତଳେ ପଡି ଯାଉ ଯାଉ

ଅଜାଣତରେ ପାଟିରୁ ବାହାରି ଆସେ

ସୁଦୂରରୁ ସନ୍ତାନର ବ୍ୟାଥା ଯେ

ଅନୁଭବ କରିପାରେ

ସେ ହେଉଛି 'ମା'

ଦୋରଟି କଣ୍ଠରେ ଯେତେବେଳେ କହିବା ଶିଖିଲି

ପାଟିରୁ ବାହାରିଲା ପ୍ରଥମେ 'ମା' ।

ହାତ ଧରି ଚାଲି ଶିଖେଇଲା ସେ

ଅଟଇ ସେ ଆଦ୍ୟ ଗୁରୁ

ଭାଙ୍ଗି ଗଲେ ଗଢ଼ି ଦିଏ ଯିଏ,

ଛିଣ୍ଡି ଗଲେ ଯୋଡି ଦିଏ

ଯିଏ ଅଟଇ ସେ ମୋ 'ମା' ।

ସବୁ ସମସ୍ୟାର ସମାଧାନ ଥାଏ ଯା ପାଖେ,

ଯା ହାତ ରନ୍ଧା ଅମୃତ ସମାନ

ସେ ଯେ ଅଟଇ ମୋ 'ମା'।

ଜୀବନ ଯୁଦ୍ଧରେ ଥକି ପଡିବୁନି

ସଦା ଥିବୁ ସତ୍ଯ ପଥେ,

ସଦା ଥିବୁ ଧର୍ମ ପଥେ,

କର୍ଣ୍ଣେ ଦିଏ ଯିଏ ଏଇ ଗୁରୁ ମନ୍ତ୍ର

ସେ ଯେ ଅଟଇ ମୋ 'ମା'। 

ମା, ବୋଉ, ମାମା ଅନେକରେ ଏକ,

ଶବ୍ଦ ନୁହେଁ ସେ ଅଟେ ଯେ ଆବେଗ

ମା ପରି କିଏ ହେବ

ଚଳନ୍ତି ଠାକୁର ଅଟଇ ଯେ ମୋର

ଯା ପାଦ ତଳେ ମୋ ସ୍ବର୍ଗ,

ସଂସାର ସେ ଯେ ଅଟଇ ମୋ 'ମା' ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract