ମା ତୋ ବିନା ମୋର
ମା ତୋ ବିନା ମୋର
ମା ତୋ ବିନା ଜନ୍ମ କିଏ ଦେବ
ମା ବିନା ଦୁଃଖ ଆଉ କିଏ ବୁଝିବ
ମା ତୋ ବିନା କିଏ ମନ ଜାଣିବ
କିଏ ତା ପଣତେ ଘୋଡାଇ ରହିବ
ରାଗି ରୁଷି ଗଲେ କିଏ ପାଖକୁ ନେବ
ମା ତୋ ବିନା କିଏ ମନ କଥା ବୁଝିବ
କିଏ ହାତେ ରାନ୍ଧି ପରସି ଦେଉ ଥିବ
ଆମ ଫେରିବା ବାଟକୁ କିଏ ଚାହଁିବ
ମା ତୋ ବିନା କିଏ ଲୁହ ପୋଛି ନେବ
ଦୁନିଆ ରେ ବଞ୍ଚିବାକୁ କିଏ ସାହସ ଦେବ
କିଏ ନିଜ କଥା ଭୁଲି ସବୁ ଆଣି ଦେବ
ମା ତୋ ବିନା କିଏ ଓଠେ ହସ ଫୁଟାଇବ
କାହା ବିନା ଜଗତ ସାତ ପର ଲାଗିବ
ମା ତୋ ବିନା କିଏ ପ୍ରାଣ ଭରି ଭଲ ପାଇବ
ସବୁଠୁ ନିଜର କିଏ ବା ଆଉ ହୋଇବ
ମା ତୋ ବିନା କିଏ କଷ୍ଟ ସବୁ ପୋଛି ନେବ
କାହା ଋଣ ସାତ ଜନ୍ମେ ସୁଝି ନ ହେବ
ମା ତୋ ବିନା କିଏ ଆଉ ଗର୍ଭ ବେଦନା ସହିବ
ମା କେବେ ଆମକୁ ଛାଡି ଦୁରେଇ ଯିବୁ ନାହିଁ
ମା ବିନା ଦୁନିଆ ରେ କିଏ ନିଜର ହେବ ଆମ ପାଇଁ
ମା ତୋ ପାଦ ପଦ୍ମେ ମନକୁ ସଦା ରଖି ଥିବି
ମା ତୋ ବିନା ଆଉ କାହାକୁ ଭଲ ନ ପାଇବି ।
