ମା ସରସ୍ଵତୀ ଭଜନ
ମା ସରସ୍ଵତୀ ଭଜନ
କଳାକାର ଟିଏ ହେବି ମୁଁ ମାଲୋ
ଦେଖି ଅଛି କେତେ ସ୍ୱପ୍ନ
ମା ବୀଣା ପାଣି ଜଗତ ଜନନୀ
ଆସିବ କେବେ ସେ ଦିନ ।
ମଣିଷ ହେବା ଟା ନୁହେଁ ଯେ ସହଜ
ମଣିଷ ବି ଦିନେ ହୋଇବ ପାଉଁସ
ଏମିତି କରମ ସଂସାରେ କରିବି
ମଲା ପରେ ବି ନା କୁ ରଖିବି ।
କଳା ପ୍ରେମି ହୋଇ କଳାରେ ରହିବି
ରଖିଦେ ତୁ ମୋର ମାନ ।
ତୋହରି କୃପା ରେ ସବୁତ ହୋଇବ
ମୁକ ବି ତୁଣ୍ଡେ କଥାକୁ କହିବ
ତୋର ଚରଣେ ଭକ୍ତି ମୁଁ କରିଛି
ଆଶା ଆକାଶରେ ନୀତି ବୁଲୁ ଅଛି ।
କରୁଛି ବିନତୀ ମା ସରସ୍ବତୀ
ତୋର ଏଇ ସନ୍ତାନ ।