ମା ସ୍କନ୍ଧମାତା
ମା ସ୍କନ୍ଧମାତା
ବାତ୍ସଲ୍ୟ ମୟୀ ମା ମମତା ମୟୀ ମା
ସର୍ବ ମଙ୍ଗଳ କାରିଣୀ.
ବୀର କାର୍ତ୍ତିକେୟ ମାତା ବୋଲାଇଲ
ସ୍କନ୍ଧମାତା ହୋଇ ପୁଣି.
ତୁମେ ତ୍ରି ଭୁବନ ବିଜୟିନୀ.l0l
ପଞ୍ଚମୀ ନିଶିରେ ପ୍ରତି ଶକ୍ତି ପୀଠେ
ଆବାହନେ ହୁଏ ପୂଜା.
ସ୍କନ୍ଧମାତା ନାମେ ସିଂହର ବାହନେ
ଆସ ମାତା ଦଶଭୁଜା.
ଦଶଭୁଜେ ମାତା ଅସ୍ତ୍ରରେ ଶୋଭିତା
ଦୈତ୍ୟ ଦାନବ ନାଶିନୀ. l1l
ପ୍ରତି ଶକ୍ତି ପୀଠେ ଶୁଭ ଚିନ୍ତି ଭକ୍ତେ
ନୈବେଦ୍ୟ ହୁଏ ଅର୍ପଣ.
ନବଦିନ ନଇବେଦ୍ୟ ମଧ୍ୟେ ସ୍ଥାନ
କଦଳୀ ତ ସମର୍ପଣ.
ଶତ ସିଂହ ବଳ ଭରି ଦିଅ ମନେ
ମାତା ଗୋ ତୁମେ ଭବାନୀ. l2l