STORYMIRROR

Kalandi pal

Inspirational

3  

Kalandi pal

Inspirational

ମା ସ୍କନ୍ଧମାତା

ମା ସ୍କନ୍ଧମାତା

1 min
511


ବାତ୍ସଲ୍ୟ ମୟୀ ମା ମମତା ମୟୀ ମା

    ସର୍ବ ମଙ୍ଗଳ କାରିଣୀ.

ବୀର କାର୍ତ୍ତିକେୟ ମାତା ବୋଲାଇଲ

    ସ୍କନ୍ଧମାତା ହୋଇ ପୁଣି.

   ତୁମେ ତ୍ରି ଭୁବନ ବିଜୟିନୀ.l0l


ପଞ୍ଚମୀ ନିଶିରେ ପ୍ରତି ଶକ୍ତି ପୀଠେ

    ଆବାହନେ ହୁଏ ପୂଜା.

ସ୍କନ୍ଧମାତା ନାମେ ସିଂହର ବାହନେ

     ଆସ ମାତା ଦଶଭୁଜା.

ଦଶଭୁଜେ ମାତା ଅସ୍ତ୍ରରେ ଶୋଭିତା

     ଦୈତ୍ୟ ଦାନବ ନାଶିନୀ. l1l


ପ୍ରତି ଶକ୍ତି ପୀଠେ ଶୁଭ ଚିନ୍ତି ଭକ୍ତେ

    ନୈବେଦ୍ୟ ହୁଏ ଅର୍ପଣ.

ନବଦିନ ନଇବେଦ୍ୟ ମଧ୍ୟେ ସ୍ଥାନ

     କଦଳୀ ତ ସମର୍ପଣ.

ଶତ ସିଂହ ବଳ ଭରି ଦିଅ ମନେ

     ମାତା ଗୋ ତୁମେ ଭବାନୀ. l2l

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational