STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମା’ ପରି ମୋ ହିଙ୍ଗୁଳା ମା’

ମା’ ପରି ମୋ ହିଙ୍ଗୁଳା ମା’

1 min
13.8K


ସୁଶ୍ମିତା ମିଶ୍ର


ମା’ ବୋଲି ଡାକିଦେଲେ

ପ୍ରତିଧ୍ୱନୀ ଖେଳିଯାଏ ମାଟିରୁ ଆକାଶ ଯାଏ ,

ମାତ୍ର ସେ ଥାଏ ମୋ ଚେତନାରେ

ଶୁଣିଥାଏ ସେ ମୋ ପ୍ରାର୍ଥନାରେ

ସେ ଥାଏ ମୋ ଆତ୍ମାର ପୁଲକରେ

ମୋ ସମଗ୍ର ସତ୍ତାକୁ ଆଲୋକିତ କରି

ପୃଷ୍ଠ ଭାଗରେ ଠିଆ ହୋଇଥିବା ଦେବୀ ଟିଏ

ସେ ଜଗିଥାଏ ମୋ ବାଟକୁ

ଆକଟ କରିଥାଏ ସେ ମୋ ଚଗଲାପଣକୁ

ମୋ ଆଖିରେ ଟିକେ ଲୁହ ଦେଖିଲେ

ବାହୁନି ଉଠେ ଅନ୍ତର ଭିତରେ

କୁହ , ଏମିତି କିଏ ଅଛି

ମା’ ପରି ମୋ ହିଙ୍ଗୁଳା ମାଆ ।

ଯିଏ ଆଉଁସି ଦେଲେ ପିଠିରେ

ଗୁଣ୍ଡୁଚି ମୂଷା ପରି ମମତାର ସ୍ପର୍ଶ

ଆଙ୍କି ହୋଇଯାଏ କାଳ କାଳ

ତା’ ଆଖିର ଲୁହ

ଫୋଛି ଦିଏ ନିଜ ପଣତକାନିରେ

କୁହ ଏମିତି କିଏ ଅଛି ?

ମା’ ପରି ମୋ ହିଙ୍ଗୁଳା ମାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics