STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ଓ ମମତା

ମା ଓ ମମତା

1 min
197


ମା ତୁମେ ମମତାର ସାଗର

ମା ତୁମେ ଆମ ପାଇଁ ଦେବତାର ମନ୍ଦିର

ମା ତୁମେ ଆମ ପାଇଁ ପୁର୍ଣ୍ଣିମା ଜହ୍ନ ରାତି

ମା ତୁମେ ପାଖେ ଥିଲେ ନ ଆସେ ଭୟ ଭୀତି

ମା ତୁମ ହାତ ରନ୍ଧା ଅମୃତ ଆମ ପାଇଁ

ମା ତୁମ ସ୍ପର୍ଶ ଦୁଃଖ ଦିଏ ଦୁରେଇ

ମା ତୁମ ପାଦ ତଳେ ସବୁ ସୁଖ ମିଳେ

ମା ତୁମ ଆଶିଷରେ ଆମ ଜୀବନ ଦୀପ ଜଳେ

ମା ତୁମେ ଅନନ୍ତ ଆକାଶ ପରି ବିଶାଳ

ପରମ ଆନନ୍ଦ ଦିଏ ତୁମରି କୋଳ

ମା ତୁମ ମମତା ଆମକୁ ସୁରକ୍ଷା ଦିଏ

ମା ତୁମ ପରି ନିଜର ହେବ ଆଉ କିଏ

ମା ତୁମେ ଜନ୍ମଦାତ୍ରି ତୁମେ ତ୍ୟାଗର ପ୍ରତିମୂର୍ତ୍ତି

ମା ତୁମେ ଭରି ଦିଅ ଆମ ମନେ ଶକ୍ତି

ମା ତୁମେ ବୁଝିପାର ଆମରି ଅନ୍ତର

ମା ତୁମ ମମତା କରେନି ତୁମଠୁ ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational