STORYMIRROR

Jagannath Das

Classics Fantasy

4  

Jagannath Das

Classics Fantasy

ମା' ଙ୍କ ଆରତୀ

ମା' ଙ୍କ ଆରତୀ

1 min
362

ଘେନ ମୋ ପୂଜା ଆରତୀ

ଜନନୀ ଭବାନୀ

ଅମୂର୍ତ୍ତ ମୁରତୀ ଆଲୋ

ଜୟ ମା ଶିବାନୀ.... । ଘୋଷା 


କି ଘେନି ପୂଜିବି ମା -ଆ

ସବୁତ ତୁମର

ମୁହିଁ ତ ନୁହେଁ ମୋହର

ମୋର ମନ ପ୍ରାଣ ତୋର

ଚିନ୍ମୟୀ ମୁରତୀ ତୁହି

ବ୍ରହ୍ମାଣ୍ଡ ବ୍ୟାପିନୀ..... 1


ସେ ଜୀବନ୍ତ ସ୍ଫୁର୍ତ୍ତି ଅଟେ 

ମାଟି ପ୍ରତିମା ରେ 

ଦିଗନ୍ତ ନୀଳିମା ବ୍ୟାପି

ମହିମା ତୋରଲୋ ସ୍ଥାପି 

ସାଗର ଭୂଧର ବକ୍ଷ

ତୋ ଗାରିମା ଗୁଣି.....2


ତୋର ଏ ପ୍ରତିମା ମାଟି

ସେ ଜ୍ୱଳନ୍ତ ଦ୍ୟୋତି 

ସୂର୍ଯ୍ୟ ଚନ୍ଦ୍ର ତାରା ଅଙ୍ଗ

ଦିବ୍ୟ ଜ୍ୟୋତି ତୋର ସଙ୍ଗ 

ତୋର ଶକ୍ତି ଅଟେ ଜଳ

ପବନ ଅଗିନୀ.....3


ତରୁ ଲତା ଫଳ ପୁଷ୍ପେ

ମାଧୁରୀ ବିକାଶ

ଶସ୍ୟ ଶ୍ୟାମଳା କେଦାର

ତୋ ବିଭବ ଭରପୁର

ମାଟି ପ୍ରତିମା ରେ ତୁହି

ବିରାଜ ତାରିଣୀ......4


ଦାମ୍ପତ୍ୟ ପ୍ରଣୟ ତୋର

ପ୍ରେମ ପରକାଶ

ଶିଶୁ ର ଲାବଣ୍ୟ ହସ

ତୋର ସାରଲ୍ୟର ହାସ

ବାତ୍ସଲ୍ୟ ମମତା ତୁହି

ଜନକ, ଜନନୀ......5


କବୀ ଶିଳ୍ପୀ କୃତି ତୋର

ସୁରୁଚି କଳ୍ପନା

ବୀର ବକ୍ଷ ଧୃତି, ସାଧୁ

ଅନ୍ତର ସାଧନା ଯାଦୁ

ଜ୍ଞାନୀ ଗୁରୁ ଗୌରବ ର

ଦୂସ୍କୃତି ଭଞ୍ଜନୀ...6


ମାଟି ପ୍ରତିମା ରେ ରାଜେ

ସେ ଅକ୍ଷରା ଶକ୍ତି

ମାସ ବର୍ଷ ଯୁଗ କଳ୍ପ

ପୁଲକିତ ଚକ୍ଷୁ ପୁଷ୍ପ

ଦିବସ ଯାମିନୀ ତୋର

ରୂପର ମୋହିନୀ......7


ପ୍ରଭାତ ପ୍ରଦୋଷ ନିତ୍ୟ

ନବ ପ୍ରତିକୃତି

ମାଟି ପ୍ରତିମା ରେ ତୋର

ସେହି ଭାସ୍ୱତୀ ଦ୍ୟୁତିର

ବ୍ରହ୍ମା ବିଷ୍ଣୁ ଶିବ ପରା

ପ୍ରକୃତି ବାସିନୀ......8


ଭୃଗୁ ଅଙ୍ଗିରା ନାରଦ

ତୋ ସାଧନା ସିଦ୍ଧି

ଯକ୍ଷ ଗନ୍ଧର୍ବ କିନ୍ନର

ମାୟା ବିଭୂତି ତୋହର

ମାଟି ପ୍ରତିମା ରେ ଶୋଭେ

ଜଗତ ଜନନୀ.....9


ଅଜ୍ଞାନ ଅବୋଧ ସୁତ

ଚକ୍ଷୁ ଥାଇ ଅନ୍ଧ

ଦର୍ଶନେ ଅକ୍ଷମ ଯେଣୁ

ଆଶ୍ୱସ୍ତ ପାଉନି କେଣୁ

ତୋତେ ଆଜି ପୂଜୁ ଅଛି 

ଆରତୀ ଘେନି.......10



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics