STORYMIRROR

DR SAMIR RANJAN BEHERA

Classics Inspirational

3  

DR SAMIR RANJAN BEHERA

Classics Inspirational

ମା ଲକ୍ଷ୍ମୀ

ମା ଲକ୍ଷ୍ମୀ

1 min
188


 ନମସ୍ତେ ନମସ୍ତେ ମାଗୋ ମହାଲକ୍ଷ୍ମୀ ମାତା 

 ଧନ ଧାନ୍ୟ ଐଶ୍ୱର୍ଯ୍ୟ ର ତୁ ବିଶ୍ୱ କରତା ll


 ତୋର କୃପା ବଳେ ମାଗୋ ଦରିଦ୍ର କୁଡ଼ିଆ 

 ବିପୁଳ ସମ୍ପଦ ପୂର୍ଣ୍ଣl ହେଇଯାଏ ଠିଆ ll


 ମାର୍ଗଶୀର ଗୁରୁବାରେ ପଡେ ଓଷା ତୋର 

 ପାଳନ୍ତି ସେ ଯେ ନିତି ନିୟମ ନିଷ୍ଠା ର


 ଗୋବର ଲିପା କରି ଝୋଟି ଯେ ପକାନ୍ତି 

 ପବିତ୍ର କରି ଘରେ ତୋ ପାଦ ଯେ ଆଙ୍କତି ll


 ଭୋଗ ରାଗ ପିଠା ପଣା ନୈବେଦ୍ୟ ଅର୍ପନ୍ତି 

 ଉପବାସ କରି ସଭେଁ ତୋ ପୂଜନ କରନ୍ତି ll


 ସନ୍ଧ୍ୟା ବେଳେ ଗୃହିଣୀ ତୋ ପୁରାଣ ପଢ଼ନ୍ତି 

 ତୋର ଗୁଣ ଗାଥା ସବୁ ତୁଣ୍ଡେ ଝୁରି ହୁଅନ୍ତି ll


 ମହାଲଷ୍ମୀ ମହାମାୟୀ ତୋ ଯଶ ଯେ ଅପାର 

 ମାର୍ଗଶିର ଗୁରୁବାର ଧାରାକୁ ଯେ ବିଜେ କର ll


 ଚଣ୍ଡାଲୁଣି ହାତରୁ ମା ନୈବେଦ୍ୟ ଗ୍ରହଣ କଲୁ  

 ତୋ ମହାନତା ସାରା ଜଗତ କୁ ବିଚରିଲୁ  ll


 ଗୁରୁବାର ମାର୍ଗଶିରେ ତୋ ମାଣ ବସାନ୍ତି 

  ତୋ ଅର୍ଚନା କରି ଅହିସୁଲକ୍ଷିଣି ବୋଲନ୍ତି ll


 ତୋ ପୂଜା ଅର୍ଚନା କରି ଭକ୍ତ ତୋ ସନ୍ତୁଷ୍ଟ ହୁଅନ୍ତି 

  ତୋ ଆଶିଷ ଲଭି ସୌଭାଗ୍ୟ ବତୀ ଲଭନ୍ତି ll   

  

  ଜୟ ଜୟ ମହାଲକ୍ଷ୍ମୀ ଧନ୍ୟ ତୋ ମହିମା 

  ଆଜି ଏ ଦିନରେ ଆମେ କରୁଛୁ ପ୍ରାର୍ଥନା ll


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics