STORYMIRROR

Prafulla Kumar Tripathy

Abstract Inspirational

3  

Prafulla Kumar Tripathy

Abstract Inspirational

ମା ହିଁ ଈଶ୍ବର

ମା ହିଁ ଈଶ୍ବର

1 min
251

ମା, ଚିନ୍ତା କରେ ଝିଅ ପାଇଁ ନିତି

ଝିଅ ଥାଏ ତା ଶାଶୁ ଘରେ

ମା,ଥାଏ ତା ପୁଅରି ପାଖରେ

ବୋହୁକୁ କରି ନିଜର।

ବାହା ପରେ ଝିଅ ହୋଇଯାଏ ପର

ଏଇତ ସଂସାର ନିତି

ମା,କୁ ଝିଅ ଭୁଲି ନପାରଇ

ଏଇତ ଦୁନିଆର ରିତି।

ମା,ପାଖରେ ପୁଅ,ଝିଅ, ସମସ୍ତେ ସମାନ

ବୃଦ୍ଧ କାଳେ ତା ଆଶା ବାଡି

ଟିକେ ସେବା ପାଇଁ ଆଶା ରଖିଥାଏ

ହୁଏ ଯେତେବେଳେ ବୁଢି।

ପୁଅ ବାହାପରେ ଭୁଲିଯାଏ

ମା,ର ସ୍ନେହ ପ୍ରୀତି

ବୁଢି ମା,ର ମନକଥା ବୁଝେନି

ସରିଯାଏ ତାର ମାତୃୃୃୃୃୃୃୃୃୃୃଶକ୍ତି।

ବିଚରା ମା,ଟି ସବୁସହିଯାଏ

ଦିଏନି କେବେ ଅଭିଶାପ

ଅନ୍ତର ଭିତରେ ଝିଅକୁ ଖୋଜେ

କରି ତାର ମନସ୍ତାପ।

ବିନତି କରୁଛି ସଭିଏଁ ପୁଅକୁ

ମା,ବାପା କଥା ଟିକେ ଭାବ

ଦୁଃଖ ଦିଅନାହିଁ ବାପା,ମା ମନରେ

ବାପା,ମା ହିଁ ଈଶ୍ବର ଅନୁରୁପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract