Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract Inspirational

4  

Sarojini Jena

Abstract Inspirational

ମା ଗୋ ସାରଳା ଜଗତଜନନୀ

ମା ଗୋ ସାରଳା ଜଗତଜନନୀ

1 min
216



ସତ୍ୟଯୁଗେ ଅବତରୀ ମା'ଲୋ

     ମାଗୋ ଝଙ୍କଡ଼ ବାସିନୀ ସାରଳା,

ମୂର୍ଖକୁ ପଣ୍ଡିତ ବୋଲାଉ ମା'ଲୋ

       ରଖୁ ବୁଡିବାର ଭେଳା l


ବେଲ ପତ୍ର, ତୁଳସୀ, ମନ୍ଦାର ପୁଣି

       ତୋତେ ନିତି ପାଏ ଶୋଭା,

ସିନ୍ଦୂରେ ମଣ୍ଡିତା, କଳା ପାଟ ଶାଢ଼ୀ

       ଦିଶେ କେଡେ ମନ ଲୋଭା l


ବିଦ୍ୟା, ବୁଦ୍ଧିର ଦେବି ମା'ଲୋତୁ

        ବୀଣା, ଘଣ୍ଟି ଧାରିଣୀ,

ବୈଷ୍ଣବ ଧର୍ମରେ ଶାକ୍ତ ସମ୍ପ୍ରଦାୟେ

        ମା'ଲୋ ସଙ୍କଟ ନାଶିନୀ l


ରତ୍ନଗିରି ନାମ ତିର୍ତୋଲ ନିକଟେ

      କନକପୁର ଗ୍ରାମେ ତୋ ପୀଠ,

ଓଡିଶା ରାଜ୍ୟର ପୂର୍ଵ ଉପକୂଳେ

     କୀର୍ତ୍ତିମୟୀ ମା 'ତୋ ଶକ୍ତିପୀଠ l


ଅଷ୍ଟମ ଶତାବ୍ଦୀ ବ୍ରହ୍ମବଂଶ ରାଜା

          ମାଧ୍ୟମେ ହେଲୁ ନିର୍ମିତ,

କଳାପାହାଡର ଆକ୍ରମନେ ମା'ଲୋ

          ହୋଇଥିଲୁ ଭସ୍ମସାତ l


ମୋଗଲ ରାଜା ତ ଆଉରଙ୍ଗଜେବ

         ମସଜିଦ ନିର୍ମାଣ କଲେ,

ମରହଟ୍ଟା ରାଜା ଅଠରଶହତିନି ରେ

        ତୋତେ ଉଦ୍ଧାର କରିଲେ l


କେତେ ଭଗ୍ନାଶେଷ ହେଇ ତୁ ମାଲୋ

        ପୁନଃ ସ୍ଥାପନ ହୋଇଲୁ,

ଭଗ୍ନ ମନ୍ଦିରରେ ଗଣେଶ ପ୍ରଭୁ ଯେ

       ତୋ ପାଶେ ପୂଜା ପାଇଲେ l


ତ୍ରିଦେବୀ ରୂପରେ ପୂଜା ପାଉ ମାଲୋ

   ଅଷ୍ଟାଭୂଜା, ଚତୁର୍ଭୁଜା,ଦ୍ବିହାତ, ଅଷ୍ଟଧାତୁ ମୂରତି,

ସବୁ କାଳେ କାଳେ ଶକ୍ତିପ୍ରଦାୟିନୀ

          ମା' ତୁ ବିଦ୍ୟା ଭାରତୀ l


ଶକ୍ତିସ୍ୱରୂପିଣୀ, ସଙ୍କଟ ନାଶିନୀ

          ମା'ଗୋ ମହିଷାମର୍ଦିନୀ,

କଳିଯୁଗେ ଧର୍ମ ରକ୍ଷାକରୁ

        ମା'ଲୋ ଅସାଧ୍ୟ ସାଧିନୀ l


ତୋର କୃପା ବଳେ ମହାମୂର୍ଖ

       ମହା ପଣ୍ଡିତ ବୋଲାଇଲେ,

ଅଧିଆ ପଡି ସେ କୃପା ତୋର ଲଭି

ଓଡ଼ିଆ,ଅଷ୍ଟାଦଶ ମହାଭାରତ ରଚିଲେ l


ପ୍ରଥମ ଓଡ଼ିଆ କବି ବୋଲି ଯେ

    ନାମ ବୋଲାଇଲେ ସାରଳା ଦାସ,

ସିଦ୍ଧ ପଣ୍ଡିତ ବୋଲାଇ ମା'ଲୋ

   ରଖିଲେ କାଳ କାଳକୁ ଯଶ l


ତୋର ପଦ ତଳେ କୋଟି ପ୍ରଣିପାତ

    ମା'ଲୋ ସାଦରେ ଆଦରି ନେବୁ,

ଏ ପାପ ପଙ୍କରୁ ଉଦ୍ଧାରିବା ପାଇଁ

       ତୋ ଆଶିଷ ଢାଳିଦେବୁ l


Rate this content
Log in

Similar oriya poem from Abstract