STORYMIRROR

Jagannath Das

Abstract Others

4  

Jagannath Das

Abstract Others

ମା ଦୁର୍ଗା ପ୍ରାର୍ଥନା

ମା ଦୁର୍ଗା ପ୍ରାର୍ଥନା

1 min
293


ଆହେ ପ୍ରେମମୟୀ

ମୋତେ ଦୟା ବହି

କେତେ ତୁମେ ପାଅ ଭଲ


ନିଜର କରି ମୋ

ଚୁନା ସଂସାର କୁ

ସୁନା କରି ଗଢି ଦେଲ


ଚିନ୍ମୟୀ ସୁ ମାତା

ଥିଲେ ନାହିଁ ଚିନ୍ତା

ସୁଖ ଆଣୁ ଏ ଜଗତେ


ଭୁବନ ମୟୀ ତୁ

ଆହେ ଜ୍ୟୋତିର୍ମୟୀ

ଆନନ୍ଦ ବାଣ୍ଟୁ ତୁ କେତେ


ମୋ ମନ ମନ୍ଦିରେ

ବିଜେ ହୁଅ ବାରେ

ବିଶ୍ୱାସ ଆସୁ ପରତେ


ମିନତୀ କରୁଛି

ଆରତୀ ବାଢୁଛି

ମୁଁ ଭାରି ଖୁସି ମରତେ 


ଅସୀମ ରୁ ଆସ

ସସୀମ ରେ ବସ

ଜଗତ କାରିଣୀ ମାତା


ଧୂପ ହୋଇ ମୁହିଁ

ପାଶେ ଜଳିବଇଁ

ଆମ୍ଭର ଜୀବନ ତ୍ରାତା


ତଵ ଅରଚନା

ପଦ କୁ ବନ୍ଦନା

ହେବି ପଛେ ମୁଁ ସଳିତା


ଅଭୁଲା ପରଷ

ତୋହରି ଆଶ୍ୱାସ

ବୁଦ୍ଧି ପାଉ ନାହିଁ ପତ୍ତା


ନାମର ସ୍ପନ୍ଦନ

ଦୁର୍ଗା, ରେ କମ୍ପନ

ଶିହରଣ ନୂତନ ତା


ମୋ ମନର ବନ

ଅଛି ଛିନ୍ନ ଭିନ୍ନ

ଭକ୍ତି ପ୍ରୀତିର ମମତା


ବରଷକ ଥରେ

ଆସ ଶାରଦରେ

ପ୍ରିୟ ପରମ ଦେବତା


ଦୁଃଖ ତ ନଥାଏ

ଏ ପୁର ପଲ୍ଲୀ ରେ

ତୁମେତ ସଭିଙ୍କ ମାତା ll



Rate this content
Log in

Similar oriya poem from Abstract