STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ମା ବୀଣାପାଣୀ

ମା ବୀଣାପାଣୀ

1 min
7


ଯା ନାମ ଧରିଲେ ମୁକ କଥା କୁହେ

ଯା ବୀଣା ଝଙ୍କାର ରେ ଶବ୍ଦ ସୃଷ୍ଟି ହୁଏ


ବୀଣା ଶୋଭା ପାଏ ଯାର ହସ୍ତ ରେ

ମା ବୀଣା ପାଣି ସେହି ଜଗତରେ


ଯା ପାଇଁ କବି ଲେଖେ କବିତା

ଯା ପାଇଁ ହୁଏ ଜଗତ ଜିତା

ଯା ପାଇଁ କେତେ ଲେଖା ଯାଏ ଗ୍ରନ୍ଥ

ଯାହା କରୁଣା ରେ ମିଳନ୍ତି ସନ୍ଥ


ପୁସ୍ତକ ଶୋଭା ପାଏ ଯାର ହସ୍ତରେ

ମା ବୀଣା ପାଣି ସେହି ଜଗତ ରେ


ଯା କୃପା ଦୁଷ୍ଟି ରେ ମୂର୍ଖ ଜ୍ଞାନୀ ହୁଏ

ସହସ୍ର ଶ୍ଳୋକ ମୁଖେ ଆସି ଯାଏ

ଯାହା ଠାରୁ ମିଳେ ସଂଗୀତ ର ସୁର

ଗୀତ ଗାଇ ଯାଏ ତା ପାଇଁ ସଂସାର


ଯାହାର ଆସନ ଶ୍ୱେତ ପଦ୍ମାସନ ରେ

ମା ବୀଣା ପାଣି ସେହି ଜଗତରେ



Rate this content
Log in

Similar oriya poem from Inspirational