Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Pati

Inspirational

3  

Debashis Pati

Inspirational

ମା ଆଗମନେ

ମା ଆଗମନେ

1 min
200


ବରଷା ରାଣୀ ଯେ ଘରେ ବାହୁଡିଛି

ଶରତ ଆସିଛି ମରତ ପୁରେ

ପୃଥିବୀ ମାଆ ଯେ ତୃପ୍ତିରେ ହସୁଛି

ସୁନୀଳ ଆକାଶ ନୀଳିମାରେ ଭିଜି

ସଭିଙ୍କୁ ତୋଷୁଛି ଭାବି ନିଜର 

ନଈ ପଠା ଧାରେ କାଶତଣ୍ଡୀ ଫୁଲ

ଝୁଲି ଝୁଲି କେତେ ଗୀତ ଗାଉଛି

ପାର୍ବଣ ଋତୁ ଶରତ ବୋଲି ଯେ

ସଭିଙ୍କୁ ବାରତା ଦେଇ ଦେଉଛି । 

ଏ ଧରା ମଣ୍ଡିତ ସୌନ୍ଦର୍ଯ୍ୟ ବିଭାରେ

ମାତା ଆଗମନ ବାରତା ନେଇ

ସୁନୀଳ ଆକାଶ ଅଟେ ମେଘ ମୁକ୍ତ

ଚନ୍ଦ୍ରମା କିରଣ ମନ ମୋହଇ ।

ମାଟିରୁ ଆକାଶ ବିଭା ବିମଣ୍ଡିତ

ଶରତ ପରସେ ଶାନ୍ତିର ବାର୍ତ୍ତା

ମାଆ ଆସୁଅଛି ପାପ ନାଶିବାକୁ

କାଶତଣ୍ଡୀ କରେ ସ୍ଵାଗତ ସଜା 

ଶରତ ଆସିଛି ଏ ଧରାକୁ ପୁଣି

ପର୍ବପର୍ବାଣୀର ଆମୋଦ ନେଇ

ଶରତେ ମରତ ସଂସ୍କୃତି ମଣ୍ଡିତ

ଐତିହ୍ୟ ଡେଙ୍ଗୁରା ବାଜୁ ଯେ ଥାଇ ।

ଋତୁରେ ଋତୁ ଯେ ଶରତ ଋତୁ ହେ

ସର୍ବ ଜନ ମନ ହରଣ କରେ

ମାଟିରୁ ଆକାଶ ଜଳରୁ ଜୀବନ

ସର୍ବ ଜନମନ ତୋଷୁ ଯେ ଥାଏ ....


            


           

      


Rate this content
Log in

Similar oriya poem from Inspirational