ଲୁପ୍ତ
ଲୁପ୍ତ
ମୋତେ ଲାଗେ ମୁଁ ସୁପ୍ତ
ତୁମେ ଭାବୁଥିବ ମୁଁ ଗୁପ୍ତ
ସମୟ କହୁଛି ମୋତେ ମନର କାନେ ବାବୁରେ
ଏ ଦୁନିଆ ଆଗରେ ତୁ ହୋଇଯାଇଅଛୁ ଲୁପ୍ତ,
ମୋତେ ଲାଗେ ମୁଁ ମୁକ୍ତ
ତୁମକୁ ଲାଗଇ ମୁଁ ଯୁକ୍ତ
ବିବେକ କହୁଛି ବାରବାର ମୋତେ ଶବ୍ଦ କରି
ଧନରେ ଏ ସମାଜ ଆଗରେ ତୁ ହୋଇଛୁ ଲୁପ୍ତ,
ମୋତେ ଲାଗେ ଥଣ୍ଡା ରକ୍ତ
ତୁମକୁ ଲାଗଇ ମୁଁ ଯେ ଶକ୍ତ
ପରିବେଶ କହେ ଗୁଣୁଗୁଣୁ ଦୁଇ କାନେ ମୋର
ଆରେ ମୁର୍ଖ ଏ ଚାଲାକ ଯୁଗେ ତୁ ହେବୁ ଲୁପ୍ତ,
ମୋତେ ଲାଗେ ମୁଁ ଅଭକ୍ତ
ତୁମକୁ ଲାଗେ ମୁଁ ସୁଭକ୍ତ
ଈଶ୍ବର ଜାଣନ୍ତି ନାସ୍ତିକଟେ ମୁଁ ଯେ ବିନା ମନ୍ଦିରେ
ଆରେ ବତ୍ସ ଆଧୁନିକ ଯୁଗେ ତୋ ପରି ନର ଲୁପ୍ତ।