STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ଲୁମ୍ବିନୀର ଶେଷରାତ୍ରୀ

ଲୁମ୍ବିନୀର ଶେଷରାତ୍ରୀ

1 min
196


ସେଇ ଶେଷ ରାତ୍ରୀ ଲୁମ୍ବିନୀର

ସତ୍ୟର ହେବାକୁ ଦ୍ରଷ୍ଟା

ଗୌତମ ଛାଡ଼ିଲେ ପତ୍ନୀ ପୁତ୍ର

ରାଜବାଟି ହେଲା ନୀରବ ଦ୍ରଷ୍ଟା

ତୁଳସୀ ଦୁଇ ପତ୍ରରୁ ବସିବା ପରି

ପିଲାଦିନୁ ସିଦ୍ଧାର୍ଥଙ୍କ ନିଷ୍ଠା

ବାନ୍ଧି ପାରିଲେନି ଯୋଶୋଧାରା

ଶେଷ ରାତ୍ରୀ କଲା ବୁଦ୍ଧଙ୍କୁ ସ୍ରଷ୍ଟା

ପୁତ୍ର ରାହୁଳ ଭବିଷ୍ୟତ ଅବା ରାଣୀ ସଙ୍ଗ

କଲାନାହିଁ ଲକ୍ଷ୍ୟଭ୍ରଷ୍ଟ , ବୁଦ୍ଧଙ୍କୁ କଲା ଶ୍ରେଷ୍ଠା

ସତ୍ୟ ହିଁ ଈଶ୍ୱର ସତ୍ୟ ପରମେଶ୍ବର

ଅଷ୍ଟାଙ୍ଗମାର୍ଗର ପରାକାଷ୍ଠା

ଶିଖିବାକୁ ଆଉ ଶିଖେଇବାକୁ

କାଳ ରାତ୍ରୀ ନୀରବଦ୍ରଷ୍ଟା

ଛାଡି ରାଜଗାଦି ଆଖ୍ୟା ଭୂପତି ନରପତି

କାଳରାତ୍ରୀ ଆହ୍ବାନରେ ହେବାକୁ ସ୍ରଷ୍ଟା

ସୃଷ୍ଟି ଗୁଢ଼ତତ୍ତ୍ଵ ବୁଝି ଓ ବୁଖାଇ

କାମନା ବିନାଶ ନିର୍ବାଣ ଉପଦେଷ୍ଟା

ହେ ବୁଦ୍ଧ ଆଦିତ୍ୟ କାଳ ରାତ୍ରୀ ଆଣିଦେଲା

ମୋକ୍ଷ ମାର୍ଗ ସଚେତନତା ଶର୍ମିଷ୍ଠା

ସତ୍ କର୍ମ ସତ୍ ଧର୍ମ ସତ୍ ହିଁ ଜୀବନର

ଆଦି ଅନ୍ତ ର କର୍ତ୍ତବ୍ୟ କର୍ମ ନିଷ୍ଠା

 ଗୌତମଙ୍କ ପାଇଁ ନୁହେଁ କାଳରାତ୍ରୀ ସେହି

ବରଂ ପରିଚୟ ଦେଲା ଯୁଗସ୍ରଷ୍ଟା

ଏକାଗ୍ର ଚେତନା ତ୍ୟାଗର ଗରିମା ଗାରିମା

ବୁଦ୍ଧ ହେଲେ ବୋଧିସତ୍ୱ ନିଜର ପ୍ରଚେଷ୍ଟା

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଣିପାତ ବୁଦ୍ଧଦେବ

ଏକନିଷ୍ଠ କାମନା ବାସନା ରହିତ ମାର୍ଗଦ୍ରଷ୍ଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract