ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି
ତୋର ଯିବା ପରେ ପରେ ୟେ ସଂସାର ଅନ୍ଧାର ଅନ୍ଧାର ଦିଶୁଛି
ଆଖି ଥାଉ ଥାଉ ଅନ୍ଧ କରିଦେଲୁ କେମିତି ରହିଲୁ ମୁରୁଛି
ମୋରକୋଳ ଶୂନ୍ୟ କରିଗଲୁ ଧନ ଆଖିରୁ ଲୋତକ ଝରୁଛି
ନୀରବେ ନିଶ୍ଚଳେ ଅମାନିଆ ଲୁହ ଧାର ଓଠ ପିଇଯାଉଛି ।
ଅଜାତିତେ ତୋତେ ବିଧାତା କି ସ୍ଵାର୍ଥେ ମୋକୋଳେ ଦେଲାରେ ଜନମ
ସରସ ସୁନ୍ଦର କନ୍ଦର୍ପ ରୁଚିର ରୂପରେ ଭୂଷିତ ଭୂଷଣ
କଥାରେ ଜ୍ଞାନରେ ସ୍ନେହ ପ୍ରେମମୟ କିଣି ନେଉଥିଲା ମନ
ସପନ ସଉଧ ମୋ ସପନେ ରହିଲା ରହିଗଲା ଅସମ୍ପୂର୍ଣ୍ଣ ।
ସେହିଦିନ ଠାରୁ ମରିଗଲା ଆଶା ବୈତରଣୀ ସୁସ୍କ ହୋଇଛି
ସପନ ଦେଖିବା ଭୁଲିଯାଇ ଅଛି ଆଖିରୁ ତ ନିଦ ହଜିଛି
ମୁହଁରେ ଲଗାଇ କାଠମୁଣ୍ଡ ଗୋଟେ ଧନରେ କାନ୍ଦୁଛି ହସୁଛି
ଲେଖିବାକୁ ହେଲେ ହୃଦୟ କାଗଜେ ଲୁହରେ ମୁଁ ଚିଠି ଲେଖୁଛି ।
ଉସୁନା ଧାନକି ଗଜା ହୋଇବରେ ହଜିଲା ଧନ କି ପାଇବି
ଦୁନିଆଁ ଦେଖୁଛି ଲୁହ ବଦଳରେ ଆକ୍ଷିରୁ ଲହୁ ମୋ ଝରୁଛି ।