STORYMIRROR

Sumitra Nayak

Abstract Tragedy Others

3  

Sumitra Nayak

Abstract Tragedy Others

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
162


ଜୀବନର କିଛି ମୁହୂର୍ତ୍ତ

ଯାହା ତୁମ ସହ ବିତିଗଲା  ।

ଅଭୁଲା ସେ ଦିନ ସେ ରାତି

ଯାହା ତୁମ ଭାବନାରେ ବିତି ଗଲା. ।

କଥା ତ ଆଜି ଭି ବହୁତ କିଛି ଅଛି

କିନ୍ତୁ ସମୟ ସହ ତୁମେ ଭି ବଦଳି ଗଲ।

ପ୍ରତ୍ୟେକଟି ଦିନ ପ୍ରତ୍ୟେକ ସମୟ

ଯାହା ଆଜି ଭି ତୁମ ନାଁ'ରେ ଲେଖିଛି।

ତୁମ କଥା ନାହିଁ ତୁମେ ନାହଁ କିନ୍ତୁ

ତୁମ ସ୍ମୃତି ଆଜି ଭି ମତେ ଦୁର୍ବଳ କରି ଦିଏ ।

ମୁଁ ଅଛି ଜୀବନ ଭି ଅଛି କିନ୍ତୁ

ହସ ଭରା ସେ ଦିନ କାହିଁ ଚାଲି ଯାଇଛି। 

ଅତୀତର କିଛି ମୁହୂର୍ତ୍ତ ଯାହାକୁ ଆଜି ଭି

ମୁଁ ଝୁରୁଛି ମରୁଛି ତୁମ ଭାବନାରେ ନୀତି।

ଶୁଷ୍କ ନଦୀର ସେ ମରୁ ପରି

ଯାହାକୁ ସମୀରଣର ଲହରି 

ଏଣେତେଣେ କରି ଫିଙ୍ଗି ଚାଲିଛି । 

ତଳି ତଳାନ୍ତ ମୋର ଏ ଉନ୍ମୁକ୍ତ ଜୀବନ 

ତୁମ ସହ ବିତିତ ଅଭୁଲା ମୁହୂର୍ତ୍ତକୁ 

ସାଉଁଟି ଚାଲିଛି ସାଉଁଟି ଚାଲିଛି । 

ଅବ୍ୟକ୍ତ ଭାବନା ଯାହା ନିର୍ଜନତାକୁ 

ଦେଖିଲେ ଅଶ୍ରୁ ଧାର ହୋଇ ବହି ଯାଏ । 

ଅଭୁଲା ତୁମ ମନ୍ଦ ହାସ୍ୟ 

ଅଭୁଲା ତୁମ ଆଖିର ବାର୍ତ୍ତାଳାପ 

ଯାହା କେବେ ମୋ ଆଖି ବୁଝି ଯାଇଥିଲା । 

ଉପରେ ଆସ୍ତରଣର ଏକ 

ପ୍ରେମ ପରଦା ଯେ ଢାଙ୍କି କରି ରଖିଥିଲ 

ଏ ନିର୍ମଳ ହୃଦୟ ଯାହା ଅନଭିଜ୍ଞ ଥିଲା । 

ସେ ଅଭୁଲା ମୁହୂର୍ତ୍ତ ଯାହା ମୁଁ କେବେ 

ଭୁଲି ପାରିନି ଭୁଲି ପାରିନି । 

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract