STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଲୁହର ବେଦନା

ଲୁହର ବେଦନା

1 min
392

ଲୁହ ଯେବେ କହେ ହୃଦୟ ବେଦନା

    ତା'ଦୁଃଖ ଶୁଣେ କି କେହି,

ଆଖିରୁ ସେ ବହି ଦୁଃଖ ସହିସହି

    ଛାତିରେ ମିଶୁଛି କାହିଁ ।


କିନ୍ତୁ ଚୁପ୍‌ଚାପ୍ ଲୁହର ବେଦନା

    ଏକା ଜଣେ ଦେଖୁଅଛି,

ବୁକୁ ତଳେ ସିଏ ସାକ୍ଷୀ ରୂପେ ଥାଇ

    ମୁରୁକି ହସା ମାରୁଛି।


ହସ ଖୋଜୁଖୋଜୁଲୁହକେତେବେଳେ

    ସୀମାନ୍ତକୁ ଚାଲିଯିବ,

ସେ କଥାକୁ ନିଜେ ଜାଣିବି ଜାଣେନା

    ସେ ସବୁ ତାହାର ଭାଗ୍ୟ।


କିଛି ଅନୁତାପ କିଛି ଅନୁଭବ

    କିଛି ଅନୁଭୂତି ନେଇ,

ଲୁହ କାନ୍ଦୁଥାଏ ଲୁଚିଲୁଚି ଏଠି

    ହୃଦେ ଦୁଃଖ ଚାପିଦେଇ।


ଆଖିରୁ ସପନ ସରିଗଲା ପରେ

    ଓଠଟା କି ହସିପାରେ,

ରାତି ପାହି ଗଲେ ନିଦକୁ କାହିଁକି

    ଖୋଜିବ କେ ବୃଥାଟାରେ ।


ଲୁହଟିକୁ ହସ ଯେ ସାତ ସପନ 

    ପ୍ରେମ ତାର ଦୂର ବନ୍ଧୁ,

ସ୍ବର୍ଗ ପାତାଳର ଦୂରତାକୁ ନେଇ

    ଦିନ ସରେ କାନ୍ଦୁକାନ୍ଦୁ।


ଅନେକ ଯନ୍ତ୍ରଣା ହୃଦରେ ସାଇତି

     ଆଖିକୁ ରାଣ ପକେଇ,

ସମୟକୁ ମୁଠେ ପ୍ରେମ ମାଗୁଅଛି

     ଅଭାଗିନୀଟିଏ ହୋଇ।


ଭାବନାରୁ କିଛି କାମନାକୁ ତୋଳି

     ହୋଇଯାଏ ଆନମନା,

ସାଇତା ସପନ କାହାପାଇଁ ତୋଳି

     ଦୁଃଖ ପାଏ ମିଛେ ସିନା।


ତେଣୁ ଏ ଲୁହର ଯନ୍ତ୍ରଣା କେବଳ

     ଯେଉଁ ଜଣେ ଦେଖୁଅଛି,

ଦହନ‌ ଜ୍ଵାଳାରେ ସେ କିନ୍ତୁ ସର୍ବଦା

     ଦଗ୍ଧ ହୋଇ ମରୁଅଛି।


ସେଇତ ଜୀବନ ଦୁଃଖ ପାଖେ ସଦା

     ହୋଇ ଅଙ୍ଗୀକାର ବଦ୍ଧ,

ଲୁହର ବେଦନା ନୀରବେ ଦେଖୁଛି

     କରୁନାହିଁ ପ୍ରତିବାଦ।


ମନ କିନ୍ତୁ କହେ ଜୀବନେ ବୁଝାଇ

     ଲୁହସବୁ ପିଇଯିବ,

ଦୁଃଖ ଯନ୍ତ୍ରଣାକୁ ଧୈର୍ଯ୍ୟ ସହକାରେ

     ସର୍ବଦା ସାମ୍ନା କରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy