STORYMIRROR

Ajita Mishra

Abstract

2  

Ajita Mishra

Abstract

ଲୁହ

ଲୁହ

1 min
146

କେଡ଼େ ଆବେଗରେ

ଅର୍ଘ୍ୟଦେଇ

ଆବେଦନ କରେ

ପାଷାଣ ପ୍ରତୀମାକୁ

ଦୁଇଠୋପା ଲୁହ

ସେ କ'ଣ

ସବୁକଥା ବୁଝିପାରେ

ପୋଛିପାରେ

ନୟନର ଅଶ୍ରୁଧାର

ତଥାତ୍ସୁ ମୁଦ୍ରାରେ

ରୋକିପାରେ ସବୁ

ଭାଷା ଧର୍ମ ଓ ଲିଙ୍ଗର

ଅସହାୟ ବିଭେଦକୁ

ଦୁଇଠୋପା ଲୁହ ସୃଷ୍ଟି ହୁଏ

ହୃଦୟର ନିଭୃତକୋଣରୁ

ଆନନ୍ଦରୁ ଆନନ୍ଦକୁ

ଯାହାର ଗତି

ପ୍ରେମାଶ୍ରୁରେ

ପ୍ରେମର କଣିକାଟିଏ

ଖୋଜିଥାଏ ସିଏ

ମଣିଷ ମନର ଯାତନାକୁ

ଯାହା ପୋଛିଦିଏ

ଦି ଠୋପା ଲୁହରେ

ନ୍ୟାୟ ଅନ୍ୟାୟ

ହାର୍ ମାନିଯାଏ

ଦୁଃଖ ନାଶର

ଆଶ୍ୱାସନା ପାଇ

ପୁଣି ଆଉଥରେ

ବିପତ୍ତି , ବିଷାଦକୁ

ପଛକରି ଉତ୍ସାହ ରେ

ବଞ୍ଚି ପାରେ ମଣିଷଟିଏ

ଦି ଠୋପା ଲୁହରେ...

***************

ଦେଖ ବାତାୟନ ଆରପାଖେ

ପ୍ରଭାତ ଲାଲିମା

କଅଁଳିଆ ସୂର୍ଯ୍ୟ

କେଡ଼େ ସ୍ପଷ୍ଟ

ଶାନ୍ତ ଶୀତଳ

ଦି ଠୋପା ଲୁହ

ଝରିଗଲାପରେ

ସଂଧ୍ୟାରେ ଚନ୍ଦ୍ର ତାରା

ଖାଁ ଖାଁ ଲାଗେ

ମୁଁ ଚୁପ୍ ମୁକୁରକୁ ଦେଖେ

ତୟାର୍ କରେ

ହୃଦୟର ସବୁଶବ୍ଦ

ଲୁହସାଥେ

ବୋହି ଗଲାପରେ

ମୁଁ ହେବି ସମାଧିସ୍ଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract