STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ଲୁହ

ଲୁହ

1 min
398

ଭରି ଉଠେ ଯଦି ଆଖି

ମର୍ମାହତ କରେ ଯଦି ନିସଂଗତା,

ନୀରବ ତୁମେ ଯଦି ଆଜି

ଅନେକ ନିରବତା ଭିତରେ,

ସ୍ତବ୍ଧ ଯଦି ଗହଳି ରାଜପଥ

ଆଉ ତୁମେ ଏକା ହି ଯାତ୍ରୀ

ଏକା ହିଁ ଚାଲ,

ଲୁହକୁ ସାଥି କରି !!



ଵ୍ୟସ୍ତ ଆଉ ବିଚଳିତ

ଯଦି କୋଳାହଳର ସlନ୍ଧ୍ରତାରେ

ତେବେ ବହିବାକୁ ଦିଅ

ସେସବୁ ଆଖିର ଅଲୋଡା ଲୁହ

ଛାତିର କୋହକୁ ବି କୁହ

ହେଲେଣି ଅସହ୍ୟ

ବହିଯାଉ

ନ କରି ମୋହ !!


ହସକୁ କୁହ

ବୁଲି ଆସୁ ଟିକେ ବାହାରୁ

ଓଠ ଟିକେ ଚୁପ ହୋଇଯାଉ

ଲୁହ ବହୁଛି ତ,

ବହିଯାଉ !!


ପଣତ କାନିକୁ ରାଣ

ଓଦା ହେଲାଣି ବୋଲି

ନ କହୁ ପବନକୁ,

କାଳେ ସେ ଶୁଖେଇ ଦେବ

ଆଖିର ସେ ଲୁହ

ନ ପୋଛୁ ଅହରହ !!


ଯିଏ ଅଲୋଡା,ସେ ଯାଉ

ଯିଏ ଆସିବ,ସେ ଆସୁ,

ଯିଏ ରହିବ ,ସେ ରହୁ !!


ଜୀବନର ମାନେ ଖାଲି

ନ ହେଉ ଲୁହ,

ସେ ମୋ ଆଖିର ହେଉ

କି ତୁମ ଆଖିର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract