STORYMIRROR

MADHU MITA

Inspirational

3  

MADHU MITA

Inspirational

ଲୁହ

ଲୁହ

1 min
162


ସେ କେବଳ ଟୋପାଏ !!

ପାଣି ପରି ତା ରଙ୍ଗ

କିନ୍ତୁ ସେ ଯେ ପାଣି ନୁହେଁ !!


ବୋହିଯାଏ ଅଚାନକ !!

ଦୁଃଖ ହେଉ କି ସୁଖେ

ପରିଣାମ ତାର ଅତି ଭୟାନକ !!


ଜାନକୀ ଅବା ଯାଜ୍ଞସେନୀ !!

ମାତା ପତ୍ନୀ ଅବା ହେଉ ଭଗ୍ନୀ

ଲୁହ କୁହେ ଅନେକ କାହାଣୀ !!


ଅବଳାର ବଳ ଅଟେ ସେହି !!

ସବଳର ଅଟେ ଦୁର୍ବଳତା

ଲୁହ ସଦା କିନ୍ତୁ ଭାଙ୍ଗିଥାଏ ନିରବତା !!


ପ୍ରେମ ବଢାଇ କ୍ରୋଧ ମିଟାଇ !!

ଲୁହ ବୁହାଇଲେ କରିଦିଏ ପର

ପୋଛେ ଯେ ସେ ଆପଣା ବୋଲାଇ !!


ଲୁହ ହୁଏ କେବେ ହୃଦର ସ୍ଵର !!

ଲୁହ କେବେ ଟାଣେ ମନର ଗାର

ଲୁହ ପୁଣି ହୁଏ ସବୁ ସମ୍ପର୍କ ଆଧାର !!


ଜନ୍ମ ହେଲେ ଛୁଆ ଆସେ ସେ ଆଖିରେ !!

ବିବାହ ବେଦୀରେ ଆସେ ବିଦାୟ ସମୟରେ

ଲୁହ ଆସେ ପୁଣି କେହି ଛାଡ଼ି ଚାଲିଗଲେ !!


ବୋହି ଯାଏ ନୀରବରେ !!

କେତେ କଥା ଲୁଚିଯାଏ କ୍ରନ୍ଦନରେ

କହି ନ ହେଲେ ପୁଣି ବୁହେ ସେ ନୀରବରେ !!


ଲୁହ ଯେ ସତ୍ୟ ଲୁହ ହିଁ ନିତ୍ୟ !!

ଲୁହ ଜାଣେ କଣ ପ୍ରାପ୍ତ ଓ ପ୍ରାପ୍ୟ

କୁହେ ନିରାକାର ତା ଆଗେ ହାରେ ଅସତ୍ୟ !!


ଟୋପେ ବୋହି ନିଜର ଚିହ୍ନାଏ !!

ଟୋପେ ପୁଣି ଦୂରକୁ ନେଇଯାଏ

ଟୋପେ ଲୁହ ପୁଣି ଭଙ୍ଗା ହୃଦ ଯୋଡ଼ିଦିଏ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational