ଲୁହ
ଲୁହ
ଯଦି ମର୍ମାହତ କରୁଛି ନିସଙ୍ଗତା
ନୀରବ ତୁମେ ଯଦି ଅନେକ ନିରବତା ଭିତରେ
ଭରିଉଠୁଛି ଯଦି ଆଖି,
ନିରବତା ଯଦି ତୁମକୁ ଗୋଡ଼ାଉଥାଏ
କୋଳାହଳ ଶବ୍ଦରେ ଯଦି ଵ୍ୟସ୍ତ ଆଉ ବିଚଳିତ
ତେବେ ବହିବାକୁ ଦିଅନ୍ତୁ
ସେସବୁ ଅଲୋଡା ଲୁହଙ୍କୁ ,
କୁହନ୍ତୁ କୋହଙ୍କୁ ବି
ସବୁ ଅସହ୍ୟ ହେଲେଣି
ଲୁହ ହୋଇ ଯାଉ !!
ହସକୁ କୁହନ୍ତୁ ଟିକେ ବାହାରେ
ବୁଲି ଆସନ୍ତୁ
ଓଠଙ୍କୁ କୁହନ୍ତୁ ,
କିଛି ସମୟ ଚୁପ ରହୁ,
ଲୁହ ବହୁଛି ତ ବହି ଯାଉ !!
ପଣତ କାନିକୁ ରାଣ
ଓଦା ହୋଇଗଲାଣି ବୋଲି ଆଜି
ନ କହୁ ପବନକୁ,
ପବନ କହିଛି ଶୁଖେଇ ଦେବ
ଆଖିରୁ ଖସିଲେ ସେ ଲୁହ !!
ଯିଏ ଅଲୋଡା,
ସେ ଯାଉ
ଯିଏ ଆସିବ,
ସେ ଆସୁ,
ଯିଏ ରହିବ
ସେ ରହୁ !!
