STORYMIRROR

Dharmaraj Majhi

Tragedy

3  

Dharmaraj Majhi

Tragedy

ଲୁହ

ଲୁହ

1 min
283

  

ଯଦି ମର୍ମାହତ କରୁଛି ନିସଙ୍ଗତା

ନୀରବ ତୁମେ ଯଦି ଅନେକ ନିରବତା ଭିତରେ

ଭରିଉଠୁଛି ଯଦି ଆଖି,

ନିରବତା ଯଦି ତୁମକୁ ଗୋଡ଼ାଉଥାଏ

କୋଳାହଳ ଶବ୍ଦରେ ଯଦି ଵ୍ୟସ୍ତ ଆଉ ବିଚଳିତ 

ତେବେ ବହିବାକୁ ଦିଅନ୍ତୁ

ସେସବୁ ଅଲୋଡା ଲୁହଙ୍କୁ ,

କୁହନ୍ତୁ କୋହଙ୍କୁ ବି 

ସବୁ ଅସହ୍ୟ ହେଲେଣି 

ଲୁହ ହୋଇ ଯାଉ !!


ହସକୁ କୁହନ୍ତୁ ଟିକେ ବାହାରେ 

ବୁଲି ଆସନ୍ତୁ

ଓଠଙ୍କୁ କୁହନ୍ତୁ ,

କିଛି ସମୟ ଚୁପ ରହୁ,

ଲୁହ ବହୁଛି ତ ବହି ଯାଉ !!


ପଣତ କାନିକୁ ରାଣ

ଓଦା ହୋଇଗଲାଣି ବୋଲି ଆଜି

ନ କହୁ ପବନକୁ,

ପବନ କହିଛି ଶୁଖେଇ ଦେବ

ଆଖିରୁ ଖସିଲେ ସେ ଲୁହ !!


ଯିଏ ଅଲୋଡା,

ସେ ଯାଉ

ଯିଏ ଆସିବ,

ସେ ଆସୁ,

ଯିଏ ରହିବ 

ସେ ରହୁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy