STORYMIRROR

Kusum Panda

Inspirational

4  

Kusum Panda

Inspirational

ଲୁହ

ଲୁହ

1 min
243


   କିଛି ଲୁହ ଟୋପେ ଟୋପେ

         ଭରି ଆଣେ ହୃଦେ ଥାପେ।

   ଦୁଃଖ ଭରା ତାତି ଲୁହ

         ସଞ୍ଜ ହେଲେ ବଢେ କୋହ।

         

   କେତେ ରାତି ନିଦ ନାହିଁ

         ନିଦ କାହୁଁ ଆସେ ଭାଇ।

   ଭାବେ ସେଇ କଥା ପାଇ

         ଆଖି ଖୋଜେ ଭଲ ରାଈ।

         

   କାନ୍ଦି ଦେଖେ ସ୍ବପ୍ନ ଥାଇ

         ଆଗେ ଆଗେ ଯିବା ପାଇଁ।

   ମନ ଆଉ ବଳେ ନାହିଁ

        କେତେ କିଏ ବୁଝା ତହିଁ।

         

   ଘେରି ରଖେ ଲୁହ ବୁନ୍ଦା 

          ଟଳ ମଳ ହୋଇ କନ୍ଦା।

   ହୁଏ ପୁଣି ଆଖି ଝାପ୍ସା 

          ସବୁ ଲାଗେ ଖାଲି ଖାପ୍ସା ।

        

   ସେତ ସରଧାର ଭାବ

           ସେତ ଅକୁହାର ଛାବ।

   ସେତ ସହିବାର ତାଳ

          ସେତ ପାଇବାର ରୋଳ।

        

   ହେଉ ଅବା ସବୁ ଭଲ

           ରହି ବୁଡ଼ି ଯିବା ଚାଲ।

   ଲୁହ ହୁଏ କଷଣର

          ଗଡ଼ି ଆସେ ହୃଦଭର।

        

   କାନ୍ଦି କାନ୍ଦି ଢଳି ପଡ଼େ

         ଜଣା ନାହିଁ କେତେ ରଡେ।

   ଶାନ୍ତି ନାହିଁ ତୃପ୍ତି ମିଳେ

          ପ୍ରୀତି ରଖି କିଆଁ ଭଲେ।

       

   ଛାତି ଟାଣ କରି ଗଢେ

          ପୁଣି ସେତ ଏକା ଲଢେ।

   ମନ ମାଖି ଲୁହ ଗୁଡ଼ା

          ଝରିଯାନ୍ତି ଆପେ ଗଢା।

       

   ଦିଏ ପୁଣି ସାହସିକ

          କରି କହେ କାହିଁ ରୁକ।

   ହୁଏ ଖାଲି ବାଟ ବଣା

         କାନ୍ଦ କେତେ ନାହିଁ ଜଣା।

      

   କେତେ କେତେ ଉପହାସ

         ତାହା ସାଥେ ନେଲି ଶ୍ୱାସ।

   କିଏ କେତେ ରୁକ୍ଷ ହେଉ

         ଆଗେ ଅଛି ଧର୍ମ ଥାଉ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational