STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ଲୁହ ନଉକା

ଲୁହ ନଉକା

1 min
3.1K


ଦୁଃଖର ଦରିଆ ପାରି ମୁଁ ହେଉଛି 

   ଲୁହ ନଉକାରେ ବସି 

ରକ୍ଷାକର ପ୍ରଭୁ ବିକଳେ ଡାକୁଛି 

   ଯିବିନି ଯେମିତି ଭାସି... 

ନ ଶୁଣିଲେ ତୁମେ ମରିଯିବି ସତେ 

   ବଢୁଛି ମୋ ଦୁଃଖ ବେଶି 

କହିଦିଅ ଥରେ ଶୁଣିବକି ନାହିଁ 

   ଆହେ ମୋ ଶ୍ରୀକ୍ଷେତ୍ରବାସୀ... 

ବୁଝି ମୁଁ ପାରୁନି କାହିଁ ଦୁଃଖ ଦିଅ 

  ଭାବି ମୋତେ ଗୋଟେ ଦୋଷୀ 

ଦୁଃଖର ଭାରଟା ଓଲ୍ଲାଇ ମୋ ଠାରୁ

  ଦିଅନ୍ତ କି ହେଲେ ଫାଶୀ... 

କି' ଲାଭ ପାଉଛ ଛଡାଇ ନେଇ ହେ 

   ମୋର ସବୁ ହସଖୁସି 

ତୁମେ ନ ଚାହିଁଲେ ଏ ଭବ ସଂସାରୁ 

   ଯାଇ ପାରିବିନି ଖସି... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract