STORYMIRROR

Prafulla Chandra Mishra

Inspirational Others Children

3  

Prafulla Chandra Mishra

Inspirational Others Children

ଲୁହ ନୁହେଁ ଲହୁ

ଲୁହ ନୁହେଁ ଲହୁ

1 min
191


ସେଦିନ ର ସେଇ କାଳ ସଞ୍ଜରେ ସନ୍ଧ୍ୟା ର ଦୀପାଳି ଜଳେ

ଗାଆଁ ର ଚଉରା ମୂଳେ

ଆଶ୍ରମ ତୁମ ହସି ଉଠୁଥିଲା ପୂଣ୍ୟ ପ୍ରାର୍ଥନା ସ୍ଵରେ

ହସୁଥିଲେ ତ ବିକଟାଳ ହସ ଦାନବେ ଅନ୍ତରାଳେ ।।


ରାମନାମ ଧ୍ଵନୀ ଗୁଞ୍ଜିତ କକ୍ଷ ପୂତମୟ ପରିବେଶ 

ପ୍ରାର୍ଥନା ମନ୍ତ୍ରେ ନିବେଶ

ଏବେଳେ ଶୁଣିଲା ଗୁଡୁମ ଗୁଡୁମ ଅଦ୍ଭୁତ ସେ ଶବ୍ଦ

ଦର୍ଶକ ମହଲୁ ନିର୍ଗତିତ ସେ ଖେଳିଗଲା ଦଶଦିଗ ।।


ସ୍ତବ୍ଧ ତ୍ରସ୍ତ୍ର କଲା ପ୍ରାର୍ଥନା ସଭା ୟେ ବଜ୍ର ନିର୍ଘୋଷ ଶବ୍ଦ

ସରବେ ଭୟେ ନିସ୍ତବ୍ଧ

ସହସା ମୁଦ୍ରିତ ଚକ୍ଷୁ ଉନ୍ମେଳନେ ଉଷ୍ମ ନାଲିଆ ରକ୍ତ

ଭିଜିଛି ପ୍ରାର୍ଥନା ମଣ୍ଡପ ଲିଭଛି ଦିପ୍ତିମାନ ସେ ଦୀପ ।।


ସାବରମତୀର ଫୁଙ୍ଗୁଳା ଫକିର ସତ୍ୟ ଅହିଂସା ମନ୍ତ୍ର

ଶାନ୍ତି ଶାନ୍ତି ଗୁଞ୍ଜରିତ

ରାମ ନାମ ଗୋଟି ଅସ୍ପଷ୍ଟ ସ୍ଵର ରେ ହେଉଥିଲା ଉଚ୍ଚାରିତ

ଅଶ୍ରୁଳ ଅକୁଳ ପ୍ରାର୍ଥନା ମଣ୍ଡପ ହୋଇଯାଇଥିଲା ସ୍ତବ୍ଧ ।।


ସେହିଦିନୁ ଆମେ ରାମରାଇଜର ସପନ ଦେଖୁଛୁ ବାପୁ

ସପନର ଅନ୍ତରାଳେ

ମାଙ୍କଡ ଦଳେ ନୃତ୍ୟ କରି କରି ଖାଇତ ଗଲେଣି ସବୁ

(ଦେଖ) ନୀରିହ ଆଖିରୁ ଲୁହ ବଦଳରେ ‌ରକତ କେମିତି ଝରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational