ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ,
ଦୁଃଖ ଦରିଆରେ ତୁମେ ଭାସିଗଲେ
ନିଜେ ହେବି ଭାରି ଦୁଃଖୀ !
ଦୁନିଆରୁ ହସ ଚାଲିଯାଇପାରେ
ତୁମେ ମୋ ହସନ୍ତୀ ମିଠା
ପୁଣ୍ୟ ସଉଦାର ହିସାବରେ ସିନା
ତୁମେ ମୋ ଜୀବନ ଚିଠା,
ସ୍ମୃତି ଲେଉଟାଇ ପଢ଼ିଯାଅ ମତେ
ତୁମ ପାଇଁ ଚିର ସୁଖୀ !
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ
ବିରହରେ ଯଦି ହତାଶକୁ ପଡ଼ି
ମନରେ ପାଉଛ ଡର
ମନ ରାଇଜରେ ଚିର ବସନ୍ତର
କେମିତି ତୋଳିବ ଘର ?
ଭାବ ବଇଭବ ବୁଝିନିଅ ପ୍ରିୟା
ହୃଦୟରେ ନାଆଁ ଲେଖି !
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ

