ଲୋକତନ୍ତ୍ର ମୂଲ୍ୟ
ଲୋକତନ୍ତ୍ର ମୂଲ୍ୟ
ଜଗତ କଲ୍ୟାଣେ ଆଗୁଆ ହୋଇବେ
ବିଶ୍ବ ନେତା ଏହୁ ଚାରି,
ଲୋକତନ୍ତ୍ର ମୂଲ୍ୟ ସ୍ଥାପିତ କରିବେ
ସଂଗଠିତ ଏହୁ ଚାରି ।
ମୋଦିଙ୍କ ମନ୍ତବ୍ୟ ଆଦର କରନ୍ତି
ରାଷ୍ଟ୍ରପତି ବାଇଡେନ୍ ,
ବିଶ୍ବ ଗୁରୁ ପରି ମୋଦି ଉପଦେଶ
ମାନୁ ଛନ୍ତି ବାଇଡେନ୍ ।
ଲୋକତନ୍ତ୍ର ମୂଲ୍ୟ ମନ୍ତ୍ରରେ ଜାପାନ
ଅଷ୍ଟ୍ରେଲିଆ ମଧ୍ୟ ତହିଁ,
ବିଶ୍ବ ନେତା ଚାରି ସ୍ଥାପିତ କରିବେ
ଲୋକତନ୍ତ୍ର ମୂଲ୍ୟ ଯହିଁ ।
ଜନତା କଲ୍ୟାଣେ ସାହାଯ୍ୟ କରିବ
ବିଶ୍ବ ମଧ୍ୟେ ଏହୁ ଚାରି,
ଆତଙ୍କବାଦୀଙ୍କ ବିନାଶ କରିବେ
ଏକତ୍ରିତ ଏହୁ ଚାରି ।
ଲୋକତନ୍ତ୍ର ମୂଲ୍ୟ ପ୍ରଖର ହୋଇବ
ଶିକ୍ଷା ଦେବ ଜନମନେ,
ଲୋକତନ୍ତ୍ର ମନ୍ତ୍ର ଜଗତେ ଗୁଞ୍ଜିବ
ସେବାଭାବ ଜନମନେ ।
ନୂଆ ଯୁଗ ଏହୁ ଡିଜିଟାଲ୍ ଯୁଗ
ଦେଉ ଅଛି ବିଶ୍ବେ ମନ୍ତ୍ର,
ଜଗତ କଲ୍ୟାଣେ ମହାମନ୍ତ୍ର ଏହୁ
ଭ୍ରଷ୍ଟାଚାର ମୁକ୍ତି ମନ୍ତ୍ର ।
ବିସ୍ତାରବାଦୀର ପରାଜୟ ନିଶ୍ଚେ
ଆତଙ୍କି ବିନାଶ ନିଶ୍ଚେ,
ଆତଙ୍କି ଦେଶର ସର୍ବନାଶ ହେବ
ସତ୍ୟର ବିଜୟ ନିଶ୍ଚେ ।
ଧର୍ମର ସ୍ଥାପନା ଅବଶ୍ୟ ହୋଇବ
ନାହିଁ କିନ୍ତୁ କିଛି ତହିଁ,
ଦୁରାଚାରୀଙ୍କର ବିନାଶ ଅବଶ୍ୟ
ସତ୍ୟ ବଚନ ଟି ଯହିଁ ।
ବିଶ୍ବ ଗୁରୁ ସ୍ବପ୍ନ ସାକାର ହୋଇବ
ମୋଦିଙ୍କର ଶକ୍ତି ବଳେ,
ନୂଆ ବିଶ୍ବ ଏବେ ସ୍ଥାପିତ ହୋଇବ
ମୋଦିଙ୍କ ପ୍ରୟାସ ବଳେ ।
ଧର୍ମର ସ୍ଥାପନା ସେବାଭାବ ତହିଁ
ହେବ କର୍ମଯୋଗୀ ବଳେ
ଆତଙ୍କବାଦୀଙ୍କ ଦୁରାଚାରୀଙ୍କର
ବିନାଶ ହିଁ ଶକ୍ତି ବଳେ ।
ଜଗତ କଲ୍ୟାଣେ ଆଗୁଆ ହୋଇବେ
ବିଶ୍ବ ନେତା ଏହୁ ଚାରି,
ଲୋକତନ୍ତ୍ର ମୂଲ୍ୟ ସ୍ଥାପିତ କରିବେ
ସଂଗଠିତ ଏହୁ ଚାରି ।
