STORYMIRROR

Pranati Mahapatra

Abstract Others

2  

Pranati Mahapatra

Abstract Others

ଲୋଡାନାହିଁସୁଖ ମୋର

ଲୋଡାନାହିଁସୁଖ ମୋର

1 min
13.5K


ମୋ ଦୁଃଖଠୁ ତୋରଦୁଃଖ ବଳିପଡେ

ମୋ,କହିବାକୁ ନାହିଁ ଜୁ,

ତୁହିତ ମୋହର ହୃଦୟ ବାନ୍ଧବ

ଜୀବନ ବାନ୍ଧବୀ ମୁଁ।

ଆଶା ନିରାଶାର ମରୁଭୂମି ମଧ୍ୟେ

ଚାଲିଛି ମୁଁ ଏକା ଏକା,

ହୃଦୟ ବେଦନା ବଖାଣେ ନି କେବେ

ଭାବେ, ସୁଖେ ଥାଉ ମୋର ସଖା।

କେମିତି କରିବି ତୋ ଆଗେ ପ୍ରଣତି

ପ୍ରାଣ ଶଙ୍କିଯାଏ ମୋର,

ତୋ କଥା ଭାବିଲା ବେଳକୁ ନୟନୁ

ବହେ ଲୋତକର ଧାର ।

ତୁ ବି ଦୁଃଖରେ ମୁଁ ବି ଦୁଃଖରେ

ଦୁଃଖ ଚିର ସହଚର,

ଦୁଃଖର ଜୁଇରେ ନିତି ଯେ ଜଳଇ

ମରଣକୁ କିଆଁ ଡ଼ର?

ଦୁଃଖେ ଅଛିବୋଲି ତୋ ଭାବନା ଆସେ

ମନକୁ ନିଇତି ଚାଲି,

ସୁଖେ ଥିଲେ ମାୟା ବନ୍ଧନରେ ପଡି

ତୋତେ ଯାଆନ୍ତିରେ ଭୁଲି।

ଦୁଃଖରେ ରହିବି ଦୁଃଖରେ ମରିବି

ହେଲେ, ବନ୍ଧୁ ହୋଇ ଥା ମୋର,

ତୁହି ସଖା, ବନ୍ଧୁ ତୁ ମୋ ସୁଖସିନ୍ଧୁ

ଲୋଡାନାହିଁ ସୁଖ ମୋର।

ତୁ ଯେ ଦୀନବନ୍ଧୁ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract