ଲଣ୍ଠନ
ଲଣ୍ଠନ
ପଶ୍ଚିମ ଆକାଶେ ସୂର୍ଯ୍ୟ ବୁଡିଯାଏ
ଘୋଟିଯାଏ ଅନ୍ଧକାର
ଗୋପାଳକମାନେ ଗୋରୁପଲ ଧରି
ବାହୁଡନ୍ତି ନିଜଘର ।
ଘରର ଅନ୍ଧାର ଦୂର କରିବାକୁ
ଅଛି ଯାହା ସରଞ୍ଜାମ
ତହିଁରୁ ଗୋଟିଏ ଅତିିିିିି ଦରକାରୀ
ଲଣ୍ଠନ ତାହାରି ନାମ ।
କାଚର ପାଚେରୀ ଭିତରେ ରହିଛି
ଛୋଟିଆ ସଳିତାଟିଏ
ମିିଞ୍ଜି ମିଞ୍ଜି ହୋଇ ଜଳି ଜଳି ସିଏ
ଆମକୁ ଆଲୁଅ ଦିଏ ।
ନିଜ ଯନ୍ତ୍ରଣାକୁ ଭୁଲିଯାଏ ସିଏ
କରେନି ଶୋଚନା ତିଳେ
ନିିିିିଃସ୍ଵାର୍ଥ ଭାବରେ ଜନସେବା କରି
ଜୀବନ ସାର୍ଥକ କରେ ।
ଶିିିଖିବା ତା ଠାରୁ ସହିଷ୍ଣୁତା ଗୁଣ
ଆମେରେ ମଣିଷ ଭାଇ
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି ।