STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ଲଣ୍ଠନ ର ଧୀମା ଶିଖା

ଲଣ୍ଠନ ର ଧୀମା ଶିଖା

1 min
256

ଲଣ୍ଠନ ଆଲୁଅର ଧୀମା ଶିଖା ଯେତେ

    ଶୈଶବ ର ତିମିରତାକୁ ଦେଇଥିଲା ଦୂରେଇ,

ଆଜି ଏଲଇଡ୍ ଆଲୁଅର ଅଙ୍ଗୁରୀୟ

      ଲେଲିହାନ ଔଜଲ୍ୟତା ଦେଇପାରେ ନାହିଁ।

ସେଇ ଧୀମା ଆଲୁଅ ବି ଭଗ୍ନ କୁଟୀରରେ

       ସୁରକ୍ଷା କବଚ ପରି ଥିଲା ରହି,

ନିସଂଗ ଏକେଲା ତଥାପି ବି ଅନ୍ଧାରର

       ବିରାଟକାୟ ଶରୀରକୁ ବିଲକୁଲ୍ ଡର ନାହିଁ।

ଆଜି ନଭଶ୍ଚୁମ୍ଭୀ ପ୍ରାସାଦର ରଙ୍ଗ ବେରଙ୍ଗର

           ଆଲୋକମାଳାରେ ଭୟର ସେ କଳା ଛାଇ,

ପ୍ରତ୍ୟେକ ମୁହୂର୍ତ୍ତରେ ରକ୍ତ ନଦୀରେ ଚରିତ୍ର ସଂହାର

          ଆଉ ପୀଡ଼ିତା ଭାବେ ଦେଉଛି ସଜେଇ।

ମନ ଆଉ ଶରୀରରେ ଭୟ ଯେମିତି

       ବହୁଦିନ ଧରି ହେଲା କବଜା କରି ଅଛି ,

ସତେଯେମିତି ଲଣ୍ଠନ କାଚରେ ସେ କଳା

     ବିନା ବ୍ୟବହାରରେ ତାର କଷ୍ଟ ଯତାଉଛି।

ଦୂର ଆକାଶରେ କଳାମେଘ ପରି ପିତାମାତାଙ୍କର

       ସେ ଚିନ୍ତାର ଲତା ସବୁ ଯାଇଛି ଯେ ଲଟେଇ,

ଝିଅ ମାନଙ୍କର ସୁରକ୍ଷାକୁ ନେଇ କୁହ ଆଲୋକର

      ସେ ଅପୂର୍ବ ଶକ୍ତି ପାରିବ କି ଦୂରେଇ?

ନାରୀ ମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ବୋଲି

       କହୁଥିବା ସମାଜ ପାଇଁ କେବଳ ଗୋଟିଏ ପ୍ରଶ୍ନ,

ଆଉ କେତେ ଦିନ ଭୁଆଁ ବୁଲେଇ ନିରୀହ ଲୋକଙ୍କୁ

       ଦିନରେ ତୁମେ ଦେଖେଇବ ଲଣ୍ଠନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational