STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଲଳନା

ଲଳନା

1 min
507


ଲୁଚାଛପା ଖେଳ ନୁହେଁ ତୋ ଜୀବନ

ଲୁଚିଲୁଚି କାନ୍ଦିବାକୁ ନୁହେଁ ତୋ ଜନ୍ମ

ଲହଡି ପରି ତୋ ଗତି ଉର୍ଦ୍ଧକୁ ଗମନ

ଲକ୍ଷ୍ୟହୀନ ନୁହେଁ ମନ ସାହସ ପୂର୍ଣ୍ଣ

ଲକ୍ଷଣରେ ନଲାଗୁ କଳଙ୍କର ଚି଼ହ୍ନ

ଲୌହ ସମ ଟାଣ ପୁଣି ତୁ ପାଷାଣ

ଲାଳସା ନୁହଁ ହୃଦୟ କୋମଳ ନରମ 

ଲୋଭ କରିବୁନି ନିଜେ ତୁ କାଞ୍ଚନ 

ଲୁକ୍କାୟିତ ତୋର ଅନେକ ଗୁଣ 

ଲଜ୍ଜ୍ୟା ଅଟଇ ଏକା ତୋହରି ଭୂଷଣ

ଲାଠି ତୋହର ଅଟେ ସ୍ନେହ ପ୍ରେମ

ଲତାଟିଏ ନୁହଁ ତୁ ଅଟୁ ଯେ ଅନନ୍ୟ

ଲଇଁଯିବୁ ସିନା ଭାଙ୍ଗିବୁନି ଟାଣ ପଣ 

ଲୁଟି ନଯାଉ ଇଜ୍ଜତ ନହେଉ ଦୁଷ୍କର୍ମ

ଲୁହ ନଆସୁ କେବେ ତୋହରି ନୟନ

ଲେ

ସି ଦିଏ ମୁଖେ ତୋ ମଧୁର ବଚନ

ଲାଗିନଯାଉ ମଥାରେ ନିନ୍ଦା ଅପମାନ 

ଲୁଣ୍ଠନ କରିନେ ସମାଜୁ ଦୋଷଦୁର୍ଗୁଣ 

ଲକ୍ଷ୍ମୀବାଇ ତୁ ବାନ୍ଧି ପିଠିରେ ସନ୍ତାନ

ଲଙ୍କାର ଅସୁର ସବୁ କରିବୁ ନିଧନ

ଲକ୍ଷେହୀରା ତୁ କିଏ ତୋର ସମ

ଲାବଣ୍ୟବତୀ ରୂପ ତୁ ପରା ମହାନ

ଲାଜୁକୀ ମଉନାବତୀ ତୋହର ଗୁଣ

ଲମ୍ପଟି ମାନଙ୍କୁ କରିବୁ ଦମନ

ଲଙ୍ଘିପାରିବୁ ନଦୀ ପାହାଡ଼ ଅରଣ୍ୟ

ଲଙ୍ଘିବୁନି ସୀମା ନକାନ୍ଦନ୍ତୁ ଗୁରୁଜନ

ଲମ୍ବିଯାଉ ସ୍ନେହ ଖୁସି ହୁଅନ୍ତୁ ସାନ 

ଲୋଟିଯାଉ ମଥା ପ୍ରଭୂ ଶ୍ରୀଚରଣ 

ଲାଳନପାଳନ ତୋ ହାତେ ଅର୍ପଣ

ଲଳନା ଗୋ ତୋତେ କୋଟି ପ୍ରଣାମ ।


Rate this content
Log in

Similar oriya poem from Inspirational