STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଲଲାଟ ଲିଖନ

ଲଲାଟ ଲିଖନ

2 mins
122


ରଜ ବୀର୍ଯ୍ୟ ଯେଉଁ ବେଳା ଲଗ୍ନରେ ସସ୍ଥିତ ହୋଇଲା ଗରଭେ

ସେବେଳ ବିଧାତା ଲେଖିଲା ଯାହା ତୋପାଇଁ କପୋଳ ସନ୍ଦର୍ଭେ

ଭୋଗିବାକୁ ହେବ ଜୀବନେ

ଅଦୃଷ୍ଟ ର ଖେଳ ଅତି ଆଶ୍ଚମ୍ଵିତ ଖେଳ ହୁଏ ଏହି ଭୂବନେ ।


ଜନମ ଜାତକ ଗଣାନା ଜୌତୀଷ ଗ୍ରହ ନକ୍ଷେତ୍ର ର ଚଳନ  

“ଲେଖା ଥାଏ ସିନା” କହିକି ପାରିବ ପ୍ରାରବ୍ଧ ର କୃତ କର୍ମ

ତହୁଁ ବିଚିତ୍ର ସେ ଜୀବନେ

ଉପଗତ ହୁଏ ବେଳ ଜାଣି କୃତ କର୍ମ ଫଳ “ଫଳ ବିଧାନେ” ।


ଲଲାଟ ଲିଖନ ନହୁଅଇ ଆନ କାହା ପାଇଁ କେଉଁ ବ୍ୟବସ୍ଥା

ଲିହିଛି ଅଦୃଷ୍ଟ ବିଧାତା କପୋଳେ ବିଚିତ୍ର ଚିତ୍ରର ନିର୍ମାତା

କେଉଁ ଉହାଡରେ ଲୁଚିଛ

ଧନ୍ୟ ତବ ସୃଷ୍ଟି ସୃଜନ କାରିହେ କାହାକୁ କେମିତି ରଖିଛ ।


ସୁନ୍ଦର ଧରିତ୍ରୀ ସୁନ୍ଦର ପ୍ରକୃତି ସୁନ୍ଦର ମୋ ଜନ୍ମ ଭୂମି

ତଥିପରେ ମୋର ଜନମ ସୁନ୍ଦର ଏ ଜୀବନ ତପୋଭୂମି

ମାଆ ମାଟି ମୋର ସୁନ୍ଦର

ଲଲାଟ ଲିଖନ ତୁଛ ମଣେ ଧନ୍ୟ ଲଭି ପୂଣ୍ୟ ମାତୃ କୋଳ ।


କିଏ ଭୋଗେ ସୁଖ କିଏ ଭୋଗେ ଦୁଃଖ ଆଜି ଯେ ରାଜେନ୍ଦ୍ର ଆସନେ

କାଲି ସେ ଦାଣ୍ଡରେ ଭିକ୍ଷା ଥଳ ହସ୍ତେ ଧରି ବୁଲେ ବାର ଅଙ୍ଗନେ

ହାତୀ ଢାଳେ ସୁନା କଳସୀ

ଅଯଣା ଅଶୁଣା କିଏସେ ସହସା ସିଂହାସନେ ଯାଏ ବସି ।


ଲଲାଟ ଲିଖନ, ଅବା କୃତ କର୍ମ, କି ଅବା ପ୍ରାରବ୍ଧ ଫଳ ରେ

ଜୀବନ କଟଇ ଭାବିଲେ ଜୀବନେ ବିଷ ର ଝରଣା ଝରେ

ସୁଦ୍ଧପୂତ ସତ୍ୟ ଭାବନା

ଅମୃତ ମୟ ତୋ କରେ ଜୀବନକୁ ଲିଭଇ ଜୀବନ ଯନ୍ତ୍ରଣା ।


ଯା ମନ ଯେପରି ତା ପାଇଁ ସେପରି ଫଳ ରଖି ଥାଏ ବିଶ୍ଵ

ଲଲାଟ ଲିଖନ ଦୁଃଖ ସୁଖ କଥା ଭାବନା ଉତ୍କଟ ବିଷ

ଭୁଲି ଯାଇ ନିଚ ଭାବନା

ଆନନ୍ଦ ଉଲ୍ଲାସ ହର୍ଷୋତ୍ଫୁଲ୍ଲ ମୁଖେ ଗାଇବା ଈଶ୍ଵର ବନ୍ଦନା ।


ବଦଳି ଯିବ ତୋ ଲଲାଟ ଲିଖନ ପଥ ଯେବେ ସତ୍ୟ ଧର୍ମ 

ଗୋବିନ୍ଦ ଚନ୍ଦ୍ରର ଗୀତେ ମାଆ କହେ ପୁଅକୁ ଶୁଣରେ ରାଜନ

ଯୋଗୀ ହୋଇ ଯାଅ ସତ୍ଵର

ଲଲାଟ ଲିଖନ ବଦଳି ଯିବରେ ଏହି ଅଳି ଘେନ ମାଆର ।


ବାର ବରଷ ର ଆୟୁ ତା ଦୀର୍ଘାୟୁ ପଣେ ବଦଳାଇ ଦେଲା 

ଗପ ହେଉ ପଛେ ଏକ ନୂଆ ଶିକ୍ଷା ସମାଜ ରେ ପ୍ରସରିଲା

ସତ୍କର୍ମ ପ୍ରୟାସି ହେଲେ 

ଲଲାଟ ଲିଖନ ବଦଳି ଯିବରେ ତୋର କୃତକର୍ମ ଫଳ ବଳେ ।


ଭାବି ଭାବି ଯାହା ଲେଖିଲି କୋବିଦେ ଭାବନା ଅନ୍ତରେ ଘେନ

ମଣିଷ ଜନମ ଜୀବନ କୁ ବାରେ କରିବା ପାଇଁକି ଧନ୍ୟ

ଛାର ଏ “ଲଲାଟ ଲିଖନ

ପାଇଁକି ସୋଚନା ଭୁଲି ଯାଇ” ସତ୍ୟ ଧର୍ମ ପଥେ ହୋଇ ମଗନ

ଆସ ଆମେ ଗଢିବା ନୂତନ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller