STORYMIRROR

Sunanda Mohanty

Tragedy Inspirational Thriller

3  

Sunanda Mohanty

Tragedy Inspirational Thriller

ଚକାଆଖି ଭାଗ୍ୟ ଦେଇଛି ଲେଖି

ଚକାଆଖି ଭାଗ୍ୟ ଦେଇଛି ଲେଖି

2 mins
144


ନୀଳକଇଁ ସିନା ତୋଫା ଜହ୍ନକୁ ଭଲପାଏ ହେଲେ ଆନି ଭଲପାଏ ସେଇ କଳାଜହ୍ନଙ୍କୁ. ଆଜି ନୁହେଁ ବରଂ ପିଲାଦିନରୁ. ସେଇଥିପାଇଁ ଫରକ ପଡ଼ିନଥିଲା ତା ବାପା ଯେବେ ମାଆ ଓ ତାକୁ ଛାଡି ଚାଲିଯାଇଥିଲେ ଯଦିଓ ସେତେବେଳେ ସେ ପିଲା ଥିଲା. ଫରକ ପଡଡିଥିଲା ମାଆ ଯେବେ ଚାଲିଗଲା କାରଣ ସେହି ସମୟରେ ମାଆର ପଣତ ତାର ଖୁବ ଦରକାର ଥିଲା. କଥାରେ ଅଛି ପୁଅ ହେଉ ଅବା ଝିଅ, ଥିଲେ ଥାଉ ଅବା ନଥିଲେ ନାହିଁ କିଛି କିନ୍ତୁ ଶାଗତୋଳି ମାଆଟିଏ ଥିଲେ ସନ୍ତାନର ଡର କାହାକୁ ଭୟ କାହାକୁ!ମାମୁଁ ବୁଝେଇ ଦେଇଥିଲେ ଅତୀତର ଜିନିଷ ପତ୍ର ହେଉ କି ଵ୍ୟକ୍ତି ବିଶେଷ ହୁଅନ୍ତୁ ତାଙ୍କୁ ସାଙ୍ଗରେ ରଖି ଅର୍ଥାତ ତାଙ୍କ ସ୍ମୃତିକୁ ଜାବୁଡି ବସି କଷ୍ଟ ପାଇଲେ ବାଟର ବାଟୋଇ ହୋଇ ଲକ୍ଷ ହାସଲ କରିହୁଏନି ମାଆ . ତୁ ମନଦେଇ ପାଠ ପଢେ ଆନି , ସବୁ ଠିକ ହୋଇଯିବ କହି ଗପଟିଏ କହିଥିଲେ.
       ଥରେ ଜଣେ ଧନୀ ଵ୍ୟକ୍ତି ସାଧୁବାବାଙ୍କୁ ପଚାରି ଥିଲେ କି ଅତୀତର ସ୍ମୃତି ଓ ଖୟାଲ ବା ଜିନିଷ, ଘଟଣା ଓ ଵ୍ୟକ୍ତି ବିଶେଷଙ୍କୁ ଛାଡି ବ୍ଞ୍ଚିବା ମୁସ୍କିଲ କାହିଁକି ଲାଗୁଛି ଆଜ୍ଞା?ତ ପଥର ପଥିକ ବାବାଜଣକ କହିଥିଲେ ମୋ ସହ ଆଶ୍ରମ ଯାଏଁ ଆସିପାରିଲେ ତୁମେ ତୁମର ଉତ୍ତର ପାଇଯିବ ବତ୍ସ. ରାଜି ହୋଇ ଧନୀ ଯୁବକ ଗାଡ଼ି କାଢ଼ୁଥିଲେ ତ ସାଧୁ ବାରଣ କରି ପାଦରେ ଚାଲି ଚାଲି ଗଲେ ନିଜ ପ୍ରଶ୍ନର ଉତ୍ତର ମିଳିଯିବ କହିବାରୁ ସାଧୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଯୁବକ . ଖରାରେ ବାଟ ଚାଲୁ ଚାଲୁ ଧନୀ ଯୁବକ ଜଣକ ହାଲିଆ ହୋଇ ପଡ଼ୁ ପଡ଼ୁ ସାଧୁ ମହାରାଜା ଦେଖେଇ ଦେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟ ନହେଲେ ବି ଓଜନିଆ ପଥରକୁ ଆଉ କହିଲେ ଏଇଟା ଏଠାରୁ ଉଠେଇ ନିଅ. ଯୁବକଜଣଙ୍କ କିଛି ପ୍ରତିବାଦ ନକରି ଖରା ଗରମ ଓ ପଥଶ୍ରାନ୍ତରେ ଆକତା ମାକତା ହୋଇ ପଥର ଉଠେଇ ଚାଲୁ ଚାଲୁ ସାଧୁଙ୍କ ସହିତ ପାଦ ମିଳାଇ ଚାଲିବାରେ ଅକ୍ଷମ ହୋଇ ବସିପଡିଲେ ସେଇଠି, ଠିକ ଗଛର ଛାଇରେ, ଥଣ୍ଡା ପବନରେ, ଶାନ୍ତିରେ ଆଖିପତା ମୁଦି ହୋଇ ଆସୁଥିବା ବେଳେ ସାଧୁ ପଛକୁ ଫେରି ଆସି ପଚାରିଲେ ଅଟକି ଗଲ ଯେ ବତ୍ସ!ହଁ ମହାଭାଗ ଏ ପଥର ବୋହି ଖରାରେ କଷ୍ଟ ଯୋଗୁଁ ଚାଲିନପାରି ଏଇଠି ରହିଗଲି. ତେବେ ତ ତୁମ ଉତ୍ତର ପାଇ ସାରିଥିବ ଯୁବକ. ଆଶ୍ଚର୍ଯ୍ୟ ଚକିତ ହୋଇ ଯୁବକ ଚାହିଁଲେ ସାଧୁଜୀଙ୍କୁ ତ ସାଧୁ ବୁଝାଇ ଦେଲେ ପଥରଟିକୁ ଉଠାଇ ଦେବାକୁ କହିଥିଲି ମାତ୍ର କିନ୍ତୁ ସାଙ୍ଗରେ ବୋହି ନେଇ ଆସିବାକୁ ନୁହେଁ. ପଥର ପରି ପୁରୁଣା ବସ୍ତୁ, ଜିନିଷ, ଵ୍ୟକ୍ତିଙ୍କ ସ୍ମୃତି.ମନ ହୃଦୟରେ ସ୍ଥାନ ଦେଇ ଝୁରିଲେ ପଥର ବୋହି ଆଗକୁ ବଢିନପାରିଲା ଭଳି କଥାଟିଏ . ଏଥର ଯୁବକ ବୁଝିଗଲେ ହରାଇ ସାରିଥିବା ପିଲାଦିନ, ବାପା ମାଆ ଓ ଅନ୍ୟାନ୍ୟ ବସ୍ତୁ ପଦାର୍ଥ କଥା ନଭାବି କି ବିତି ଯାଇଥିବା ସୁଖ ବା ଦୁଃଖର ଘଟଣା ସବୁକୁ ମନ ହୃଦୟରୁ କାଢି ଆଗେଇ ଚାଲିଲେ ହିଁ ଗଛ ତଳ ଛାଇ ଓ ଶୀତଳ ପବନ ଭଳି ଶାନ୍ତି ଓ ସଫଳତା ପାଇ ହେବ. ଏ ଗପରୁ ଆନି ବି ବୁଝିଯାଇଥିଲା କିଛି ତ କାଳଜହ୍ନଙ୍କୁ ସ୍ମରଣ କରି ମନେ ମନେ ସ୍ମରଣ କରି କହୁଥିଲା ତୁମକୁ କାନ୍ଥେଣି ଠଣାରେ ରଖି ପିଲାଦିନେ ମିଛି ମିଛି ଭୋଗ, ପୂଜା କେତେ କରିଛି ଠାକୁର. ମତେ ସଦଵୁଦ୍ଧି ଦିଅ. ସଦବୁଦ୍ଧି ପ୍ରାପ୍ତ ହେବା ଓ ଭାଗ୍ୟ ଭଲ ରହିବା ଏକକଥା ନୁହେଁ ବୋଲି ବୁଝିନଥିବା ଆନି ବଡ଼ ହେଲାପରେ ରୁଦ୍ର ଭଳି ଧନୀ ଯୁବକ ଓ ସୁନ୍ଦର ସ୍ୱାମୀ ପାଇ ଉଲ୍ଲସିତ ହୋଇ କଳାଜହ୍ନଙ୍କୁ ଧନ୍ୟବାଦ ଜଣାଉଥିଲା.କିଛି ନେଲେ କିଛି ଦିଅନ୍ତି ଠାକୁର ବିଶ୍ୱାସରେ ବାଟ ଚାଲୁଥିଲା ଆନି କାଳଜହ୍ନଙ୍କ ଭରଷାରେ ଏଣିକି .


Rate this content
Log in

Similar oriya poem from Tragedy