ସମନ୍ୱୟ
ସମନ୍ୱୟ
ଅନେକ ବୁଝାମଣା
ଅନେକ ଦ୍ୱନ୍ଦ୍ୱର ସମସ୍ୟା ସାଧାନ
ଦୁଇହଜାର ତେଇଶିମସିହା ଆଣିଛି
ଗୋଟେ ଯୁଗାନ୍ତକାରୀ ସମନ୍ୱୟ ସମ୍ବେଦନ l
ଭାରତ ମାତାକୁ କରିବାକୁ ସ୍ବାଧୀନ
କେତେ ଯେ ବରପୁତ୍ରଙ୍କ ବଳିଦାନ
କାରଣ ଭିତରେ ମାତା ସୁଜଳା
ସଫଳା ବୃନ୍ଦାବନ l
ଲଷ୍ମୀ କରନ୍ତି ବିଚରଣ
ସ୍ବାଧୀନତା ପରେ ମାନି ଅନୁଶାସନ ଓ ବିଧିବିଧାନ
ଶାସନ ଖସଡ଼ା ହେଲା ପ୍ରଣୟନ
ଆମ୍ବେଦକରଙ୍କ ଅଭିଧାନ ଦେଲା ଦିଗଦର୍ଶନ l
ଉଣେଇଶଶହ ପଚାଶ ମସିହାରୁ ଭାରତ
ସ୍ବର୍ଣ୍ଣପ୍ରଶୁ ମାଆ ଲଷ୍ମୀଙ୍କ ସ୍ଥାନ
ହେଲେ ସାରସ୍ୱତୀଙ୍କ ବରଦାନ
କଲା ସମୃଦ୍ଧଶାଳୀ ମଣିଷକୁ ପରିଚୟ ପ୍ରଦାନ l
କିଏ କଳା, କିଏ ସାହିତ୍ୟ କିଏ ବାଣିଜ୍ୟ
କିଏ ଭାଷାବିତ, ଗାଣିତିଜ୍ଞ, ବୈଜ୍ଞାନୀକ
ଯୁଗଦ୍ରଷ୍ଟା ହୋଇ ଉତ୍ପନ୍ନ
ସମୃଦ୍ଧି ସାଙ୍ଗକୁ ଗରିମାରେ ଭାରତୀୟ ସଂସ୍କୃତି
ପରମ୍ପରା ବିଭବ ବୈଭବ ଦେଲା l
ଦିଗନ୍ତବିସ୍ତାରୀ ପ୍ରୋତ୍ସାହନ
ଆଜି ଏତେ ବର୍ଷ ପରେ ଲାଗେ ଭାରତ
ମୁଦ୍ରାର ଦୁଇପାର୍ଶ୍ୱ ଲଷ୍ମୀ ସରସ୍ବତୀଙ୍କ ମିଳନ
ଏ କଣ କମ ଗୌରବ ଗାଥା ସମ୍ବେଦନ
ଏ ସମନ୍ୱୟ ନିଶ୍ଚୟ ଆଣିବ ଦେଶର l
ଯୁଗାନ୍ତକାରୀ ପରିବର୍ତ୍ତନ
ଜାନୁଆରି ଛବିଶ ଦିନ ମାଆ ସରସ୍ବତୀ
କଲେ ପଡାର୍ପଣ ଦର୍ଶାଇ
ଲଷ୍ମୀ ସରସ୍ବତୀ ଦୁହିଁଙ୍କୁ କରି ଆବେଦନ
ଭାରତମାତାର ଜୟ ଯବାନ ଜୟ କିଷାନ l
