STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ପ୍ରଭୁ ବିଶ୍ୱକର୍ମା 

ପ୍ରଭୁ ବିଶ୍ୱକର୍ମା 

1 min
2


ବିଶ୍ୱକର୍ମା ପ୍ରଭୁ ବିଶ୍ବ ନିର୍ମାତା 
ଗଢିଛ ପାହାଡ଼ ପ୍ରକୃତି ନଈ 
ଫୁଲରେ ରଖିଛ ସୁରଭି ତହିଁ 
ହେ ସ୍ଥପତି ଚିରଭାସ୍ଵର ପ୍ରଭୁ 
ଗଢିଲ ଉଆସ ଲଷ୍ମୀମାଆ ପାଇଁ 
ନଈରେ ଭରିଲ ଜଳ ଉତ୍ସ 
ଜଳଚର ଜୀବ ବଞ୍ଚିବେ ଜହିଁ 
ପାହାଡାରେ ଗଛ ନଈ ରେ ମାଛ 
ମଣିଷ ବଞ୍ଚିବେ ରହି ଓ ଖାଇ 
ତୁମେ ଶୌର୍ଯ୍ୟ ତୁମେ ମୌର୍ଯ୍ୟ 
କାରିଗର ତୁମେ ଏମିତି କେହି 
ସୃଷ୍ଟି ରକ୍ଷକ ଅଣାକାରଙ୍କ ଆଦେଶ 
ପାଳନ କରିଛ ପ୍ରଭୁ ଆଦେଶ ପାଇ ଦେଇ 
ଘେନା କର ପୂଜା ଉଦାଅ ଧ୍ବଜା 
ସମସ୍ତେ ସୁଖରେ ଥାଆନ୍ତୁ ରହି 
ଗଛ ଉଠେ ଛତୁ ଫୁଟେ ବର୍ଷା ହୁଏ 
ସବୁ ତୁମରି ପାଇଁ 
ରଙ୍ଗରେ ଫୁଲ ସଜେଇ 
ଇନ୍ଦ୍ରଧନୁରେ ରଙ୍ଗ ଲଗେଇ 
ମଣିଷ ବୁଝିଛି ତୁମ ହାତ ଯହିଁ 
ସୁନ୍ଦର ସେହି ମନୋଜ୍ଞ ଅଟଇ 
ଆସ ପ୍ରଭୁ ରକ୍ଷାକର ଶିଳ୍ପୀକୂଳ 
କିଏ ନୁହେଁ ଶିଳ୍ପୀ ତୁମ ଅଂଶ ହୋଇ 
ବିବଶ ହାତରେ ସ୍ପର୍ଶ ଦେଲେ ଯିବ ଜୀବନ୍ତ ହୋଇ 
ଚାଷୀ ହେଉ ଅବା ସୈନିକ କାରିଗର କୁହ 
କିଏ ନୁଁହଁନ୍ତି ଶିଳ୍ପୀ ଧରଣୀ କୋଳେ ରହି 
ପ୍ରଣାମ କରୁଛୁ ହାତେ ଦିଅ ଶକ୍ତି 
ସ୍ଥପତିର ସ୍ଥାପତ୍ୟ ବଞ୍ଚି ରହିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action